Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଯାଜପୁରରୁ ପୁଣି ଜଣେ କରୋନା ସଂକ୍ରମିତ ଚିହ୍ନଟ, ୧୪୮କୁ ବୃଦ୍ଧି ପାଇଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

1/05/2020 at 1:43 PM

ଭୁବନେଶ୍ୱର ୦୧।୦୫: ରାଜ୍ୟରେ ଆଜି ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଥିବା ସଂକ୍ରମିତ ସଂଖ୍ୟା ୧୪୭ରୁ ୧୪୮ ପହଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ପ୍ରଦାନ କରିଛନ୍ତି । ତେବେ ଏବେ ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ ଯାଜପୁର ଜିଲ୍ଲାର ବୋଲି ସୂଚନା ମିଳିଛି ।

ରାଜ୍ୟରେ ଚିହ୍ନଟ ହୋଇଥିବା ୧୪୮ନମ୍ବର କରୋନା ସଂକ୍ରମିତ ଜଣଙ୍କ ଯାଜପୁରର ବେହେରାପାଟଣା କଣ୍ଟେନମେଣ୍ଟ ଅଞ୍ଚଳର । ଆକ୍ରାନ୍ତଙ୍କ ବୟସ ୩୦ବର୍ଷ ଏବଂ ସେ ପୁରୁଷ ବୋଲି ଜଣାପଡିଛି । ସଂକ୍ରମିତଙ୍କ ପଶ୍ଚିମବଙ୍ଗ ଲିଙ୍କ୍ ରହିଛି ।

ଯାଜପୁରରୁ ଆଜି ଚିହ୍ନଟ ହୋଇଥିଲେ ୨ଜଣ କରୋନା ସଂକ୍ରମିତ । ଉଭୟ ସଂକ୍ରମିତ କଣ୍ଟେନମେଣ୍ଟ ଅଞ୍ଚଳର ବୋଲି ସୂଚନା ରହିଛି । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୫୫ବର୍ଷୀୟ ପୁରୁଷ , ଯିଏକି ବିରଜାପୁର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ସଂକ୍ରମିତ ୭୫ବର୍ଷୀୟା ମହିଳା ଜଣଙ୍କ କଟିକଟା କଣ୍ଟେନମେଣ୍ଟ ଅଞ୍ଚଳରୁ ବୋଲି ଜଣାପଡିଛି । ଉଭୟଙ୍କ ପଶ୍ଚିମବଙ୍ଗ ଲିଙ୍କ ରହିଛି । ଦୁଇ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି ।

ଆଜି ମଧ୍ୟାହ୍ନ ସୁଦ୍ଧା ରାଜ୍ୟରେ ୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲାରେ ଜଣେ, ବଲାଙ୍ଗୀରରୁ ଜିଲ୍ଲାରୁ ୨ଜଣ ଓ ଯାଜପୁରରୁ ୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୪୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦୬ ଆକ୍ଟିଭ କେସ୍‌ ରହିଥିବା ବେଳେ ୪୧ଜଣ ସୁସ୍ଥ ହୋଇସାରିଛନ୍ତି । ଏବଂ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଜଣେ ବ୍ୟକ୍ତିଙ୍କର କରୋନା ଜନିତ ମୃତ୍ୟୁ ହୋଇସାରିଛି ।

   Related Posts