ଚିନ୍ତା ବଢାଉଛି ପଶ୍ଚିମବଙ୍ଗ ଲିଙ୍କ୍: ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ଭଦ୍ରକର, କଣ୍ଟାକ୍ଟ ଟ୍ରେସିଂ ଜାରି

Published By : Prameya-News7 Bureau | April 24, 2020 IST

ଭୁବନେଶ୍ୱର : ରାଜ୍ୟରେ ଶୁକ୍ରବାର ଦିନ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଘର ଭଦ୍ରକ ଜିଲ୍ଲାର ବୋଲି ଜଣାପଡ଼ିଛି । ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଭଦ୍ରକ ଜିଲ୍ଲାର ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଟ୍ୱିଟ ମାଧ୍ୟମରେ ଜଣାଇଛି ।

wp:core-embed/twitter {"url":"https://twitter.com/IPR_Odisha/status/1253501469967278080","type":"rich","providerNameSlug":"twitter","className":""}
https://twitter.com/IPR_Odisha/status/1253501469967278080
/wp:core-embed/twitter

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ବୟସ ୪୦ ବର୍ଷ  ଏବଂ ସେ ଜଣେ  ପୁରୁଷ ବୋଲି ଜଣାପଡିଛି । ସଂକ୍ରମିତଙ୍କ ପଶ୍ଚିମବଙ୍ଗ ଲିଙ୍କ୍ ରହିଛି । କିଛି ଦିନ ତଳେ ସେ ପଶ୍ଚିମବଙ୍ଗରୁ ଭଦ୍ରକ ଫେରିଥିଲେ । ତାଙ୍କ ଠାରେ କରୋନା ଚିହ୍ନଟ ହେବା ପରେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ପୂର୍ବରୁ ଭଦ୍ରକରେ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ଏହି ସଂଖ୍ୟା ୧୨ରେ ପହଁଞ୍ଚିଛି । ସେହିପରି ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦କୁ ବୃଦ୍ଧି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.