Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାଲେଶ୍ୱରରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ୧୬୧ଛୁଇଁଲା ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା

3/05/2020 at 11:55 AM

ଭୁବନେଶ୍ୱର ୦୩।୦୫: ରାଜ୍ୟରେ ଆଜି ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୦ରୁ ୧୬୧କୁ ପହଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ପ୍ରଦାନ କରିଛନ୍ତି ।

ରାଜ୍ୟରେ ଚିହ୍ନଟ ହୋଇଥିବା ୧୬୧ନମ୍ବର କରୋନା ଆକ୍ରାନ୍ତ ଜଣଙ୍କ ବାଲେଶ୍ୱର ଜିଲ୍ଲାର । ଏବଂ କିଛି ଦିନ ତଳେ ସେ ପଶ୍ଚିମବଙ୍ଗର ଫେରୁଥିଲେ । ସଂକ୍ରମିତ ଜଣଙ୍କ ପୁରୁଷ ଏବଂ ତାଙ୍କ ବୟସ ୩୪ବର୍ଷ ବୋଲି ଜଣାପଡିଛି । ତେବେ ସେ କିଛି ଦିନ ତଳେ ପଶ୍ଚିମବଙ୍ଗରୁ ଫେରିବା ପରେ କ୍ୱାରେଣ୍ଟାଇନ୍‌ରେ ଥିଲେ । ପରେ ତାଙ୍କର ସ୍ୱାବ ପରୀକ୍ଷା କରାଯାଇଥିଲା । ସେଥିରେ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୧ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୧୮ଟି ଆକ୍ଟିଭ୍‌ କେସ୍‌ ରହିଛି । ଏବଂ ୩ଜଣ ସୁସ୍ଥ ହୋଇସାରିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୬୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୧୦୪ ଆକ୍ଟିଭ୍‌ କେସ୍‌ ରହିଛି । ସେହିପରି କରୋନାରୁ ୫୬ଜଣ ସୁସ୍ଥ ହୋଇ ସାରିଲେଣି । ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇସାରିଛି ।

   Related Posts