ସର୍ଚ୍ଚ ଅପରେସନରେ ଜଣେ ନକ୍ସଲ ନିହତ

Published By : Prameya-News7 Bureau | November 03, 2019 IST

ରାଞ୍ଚି ୩।୧୧:   କେନ୍ଦ୍ରୀୟ ରିଜର୍ଭ ସୁରକ୍ଷା ବଳ ଓ ପୋଲିସର ମିଳିତ ଅପରେସନରେ ଜଣେ ନକ୍ସଲର ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ଜବତ କରିଛି ପୋଲିସ ।

{"id":178339}

ସୂଚନାଯୋଗ୍ୟ ଯେ, ଝାଡ଼ଖଣ୍ଡର ଚତରା ଜିଲ୍ଲାର ସୀମାରେ ଥିବା ଲାବାଲୋଗ ଥାନା ଅଞ୍ଚଳର ନାବାଡିହି ଜଙ୍ଗଲରେ  କେନ୍ଦ୍ରୀୟ ରିଜର୍ଭ ସୁରକ୍ଷା ବଳ ଓ ପୋଲିସର ମିଳିତ  ସର୍ଚ୍ଚ ଅପରେସନରେ ତୃତୀୟ ପ୍ରସ୍ତୁତି କମିଟି (ଟିପିସି)ର ଜଣେ ନକ୍ସଲ ପ୍ରାଣ ହରାଇଛି ।ଘଟଣାସ୍ଥଳରୁ ସେନା ଓ ପୋଲିସକୁ ଗୋଟିଏ ଏକେ-୪୭ , ଜୀବନ୍ତ ଗୁଳି, ଗୋଟିଏ ଏସଏଲଆର, ଗୋଟିଏ ଥ୍ରୀ ନଟ୍ ଥ୍ରୀ ରାଇଫଲ, ୫ଟି ମୋବାଇଲ ଫୋନ ସହ ବହୁ ସାମଗ୍ରୀ ଜବତ କରିବା ସହ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରଖିଛି  । ମୃତ ନକ୍ସଲର ପରିଚୟ ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.