ମୋଦି ସରକାରଙ୍କ ବଡ ନିଷ୍ପତ୍ତି : ୨୦୨୦ ଜୁଲାଇ ୧ ତାରିଖରୁ ସାରା ଦେଶରେ ଲାଗୁହେବ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ଯୋଜନା

Published By : Prameya-News7 Bureau | June 30, 2019 IST

ନୂଆଦିଲ୍ଲୀ ୩୦|୬: ଆଗକୁ କୌଣସି ଗରିବ ହିତାଧିକାରୀ ରାସନ ପାଇବାରୁ ବଞ୍ଚିତ ହେବେନି । ଯଦି ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଥାନ୍ତି, ସେଠାରେ ମଧ୍ୟ ଯେ କୌଣସି ରାସନ ଦୋକାନରୁ ରିହାତି ଚାଉଳ ଆଉ ଗହମ ଉଠାଇ ପାରିବେ । ଏଥିପାଇଁ ୨୦୧୦ ଜୁନ ୩୦ ତାରିଖ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ଯୋଜନାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି ।

{"id":129174}

ଗୋଟିଏ ଦେଶ ଗୋଟିଏ ରେସନ କାର୍ଡ । ଦେଶର ଯେ କୌଣସି ସ୍ଥାନରେ ହିତାଧିକାରୀ ସେହି ଗୋଟିଏ କାର୍ଡରୁ ପାଇପାରିବେ ରେସନ । ଯେ କୌଣସି ରେସନ ଦୋକାନରୁ ଉଠାଇ ପାରିବେ ଚାଉଳ ଓ ଗହମ । ୨୦୨୦ ଜୁଲାଇ ୧ ତାରିଖରୁ ସାରା ଦେଶରେ ଲାଗୁହେବ ଏହି ନିୟମ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ଏହି ଯୋଜନା ଲାଗୁ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିରେ କଳାବଜାରୀ ରୋକିବାକୁ ରେସନ କାର୍ଡ ସହ ଆଧାର ଲିଙ୍କ୍ କରାଯିବ । ବର୍ଷକ ମଧ୍ୟରେ ସବୁ ରେସନ ଦୋକାନରେ ପିଓଏସ୍ ମେସିନ ଲଗାଇବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଖାଦ୍ୟ ମନ୍ତ୍ରଣାଳୟ । ଏହି ଯୋଜନା ଦ୍ବାରା ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା  ହିତାଧିକାରୀ ସେଠାରେ ରେସନ କାର୍ଡ ପାଇପାରିବେ ।କୌଣସି ଜଣେ ବି ଯୋଗ୍ୟ ହିତାଧିକାରୀ ବଞ୍ଚିତ ହେବେନି ବୋଲି କହିଛନ୍ତି କେନ୍ଦ୍ର ଖାଦ୍ୟମନ୍ତ୍ରୀ ।

{"id":129175}

କେନ୍ଦ୍ରର ୱାନ ନେସନ ୱାନ ରେସନ କାର୍ଡ ଯୋଜନାକୁ ନେଇ ରାଜ୍ୟରେ ରାଜନୀତି ଆରମ୍ଭ ହୋଇଯାଇଛି । ଏହି ଯୋଜନା କାର୍ଯ୍ୟକାରୀ ହେଲେ ରେସନ ଚାଉଳ ଚୋରି, ହେରାଫେରି,  ଭୂତ କାର୍ଡ ଓ ଜାଲ୍ ରେସନ କାର୍ଡକୁ ସହଜରେ ଧରିହେବ । ବିଜୁ ଖାଦ୍ୟ ସୁରକ୍ଷା ଯୋଜନାରେ ଯେଉଁ ମିଛ ହିତାଧିକାରୀ ଅଛନ୍ତି ଧରା ପଡ଼ିଯିବେ ବୋଲି କହିଛି ବିଜେପି । ସେହିପରି କଂଗ୍ରେସ କହିଛି ଏହି ଯୋଜନା କଂଗ୍ରେସ ସରକାର ସମୟରେ ଆରମ୍ଭ ହୋଇଥିଲା, ଯାହାକୁ ମୋଦି ଏବେ ନିଜର କହି ଚଳାଉଛନ୍ତି । ଏହା କାର୍ଯ୍ୟକାରୀ ହେଲେ ରାଜ୍ୟ ସରକାରଙ୍କ ଟଙ୍କିକିଆ ଯୋଜନା ଧରାପଡ଼ିଯିବ। ସେପଟେ ରାଜ୍ୟ ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି, ଏହି ଯୋଜନା ନେଇ ସେ ଅବଗତ ଅଛନ୍ତି । ଅନୁଧ୍ୟାନ ପରେ ଏହାକୁ କାର୍ଯ୍ୟକାରୀ କରାଯିବ।

{"id":129176}

ଏହି ଯୋଜନା କାର୍ଯ୍ୟକାରୀ ହେଲେ ହିତାଧିକାରୀ ରାଜ୍ୟ ବାହାରେ କିଲୋ ପ୍ରତି ୩ ଟଙ୍କାରେ ଚାଉଳ ଏବଂ କିଲୋ ପ୍ରତି ୨ ଟଙ୍କାରେ ଗହମ ପାଇପାରିବେ । ୬ ମାସ ମଧ୍ୟରେ ଅନଲାଇନ କାମ ଶେଷ କରିବାକୁ ରାଜ୍ୟ ସରକାରମାନଙ୍କୁ ଡେଡ୍ ଲାଇନ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.