ଆରମ୍ଭ ହେଲା ‘ୱାନ ନେସନ ୱାନ ରାସନ’

Published By : Prameya-News7 Bureau | September 01, 2019 IST

ଭୁବନେଶ୍ୱର ୧।୯: ସମଗ୍ର ଦେଶରେ ସେପ୍ଟେମ୍ବର ଏକ ତାରିଖରୁ ୱାନ ନେସନ ୱାନ ରାସନ ଆରମ୍ଭ ହୋଇଛି । ସେହିପରି  ଭୁବନେଶ୍ବରରେ ସେପ୍ଟେମ୍ବର ୧ତାରିଖରୁ ପରୀକ୍ଷା ମୁଳକ ଭାବେ ୱାନ ନେସନ ୱାନ ରାସନ ଆରମ୍ଭ ହୋଇଛି । ଭୁବନେଶ୍ୱର ମହାନଗର ନିଗମ ରେ ପଞ୍ଜିକୃତ ଥିବା ସମସ୍ତ ରାସନ କାର୍ଡଧାରୀ ମହାନଗର ନିଗମର ଯେ କୌଣସି ସରକାରୀ ରାସନ ବିକ୍ରୟ କେନ୍ଦ୍ରରୁ ନେଇ ପାରିବେ ରାସନ । କୌଣସି ପରିସ୍ଥିତିରେ ଯେଭଳି ଜଣେ ହେଲେ ହିତାଧିକାରୀ ଖାଦ୍ୟ ସାମଗ୍ରୀ ପାଇବାରୁ ବଞ୍ଚିତ ନହେବେ ତାକୁ ଆଖିରେ ରଖି ସରକାର ଏ ପଦକ୍ଷେପ ନେଇଛନ୍ତି  । ପ୍ରଥମେ ଭୁବନେଶ୍ବରରେ ସଫଳତାକୁ ଦେଖି ସାରା ରାଜ୍ୟରେ ଏହା ଲାଗୁ ହେବ । ତେବେ ରାଶନ କାର୍ଡ ସହ ଆଧାର ସଂଯୋଗର ଶେଷ ତାରିଖ ସରକାର ଆଉ ୧୫ ଦିନ ବୃଦ୍ଧି କରିଛନ୍ତି ।

{"id":151885}

ଭୁବନେଶ୍ବରରେ ଆରମ୍ଭ ହୋଇଛି ୱାନ ନେସନ ୱାନ ରାସନ । ପାଇଲଟ ପ୍ରକଳ୍ପ ହିସାବରେ ଭୁବନେଶ୍ୱରର ସବୁ ଓ୍ୱାଡ ରେ ଏହି ଯୋଜନା କୁ ଲାଗୁ କରାଯାଇଛି । ଭୁବନେଶ୍ୱର ରେ ପଞ୍ଜିକୃତ ଥିବା ସମସ୍ତ ରାସନ କାର୍ଡଧାରୀ ମହାନଗର ନିଗମର ଯେ କୌଣସି ସରକାରୀ ରାସନ ବିକ୍ରୟ କେନ୍ଦ୍ରରୁ ନେଇ ପାରିବେ ରାସନ ।

{"id":151887}

ପ୍ରଥମ ଥର ପାଇଁ ପୋର୍ଟାବିଲିଟି କାମ ଆରମ୍ଭ ହୋଇଛି । ପୋର୍ଟାବିଲିଟି ଜରିଆରେ ମିଳିବ ସାମଗ୍ରୀ । ଏଥିପାଇଁ ପ୍ରତି ସରକାରୀ ବିକ୍ରୟ କେନ୍ଦ୍ରରେ ବିଜ୍ଞାପନ ଦିଆଯାଇଛି । ସରକାରଙ୍କ ଏ ଯୋଜନାକୁ ଅନେକ ଯାଗାରେ ସ୍ୱାଗତ କରିଛନ୍ତି ସାଧାରଣ ଲୋକେ ।ଭୁବନେଶ୍ବରରେ ସଫଳତାକୁ ଦେଖି ସାରା ରାଜ୍ୟରେ ଲାଗୁ ହେବ  ଏବଂ ପରେ ଅନ୍ୟ ରାଜ୍ୟ ସହ ସଂଯୋଗ କରାଯିବ ବୋଲି ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି ।

{"id":151888}

କେନ୍ଦ୍ର ସରକାରଙ୍କ ଏହି ଯୋଜନା ରେ ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ଲୋକେ ବିଶେଷ କରି ଯେଉଁ ଗରିବ ଶ୍ରେଣୀର ଲୋକେ ପ୍ରତିବର୍ଷ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି ସେମାନେ ବିଶେଷ ଭାବରେ ଉପକୃତ ହେବେ ।

{"id":151889}

ଏହି ଯୋଜନାରେ ଯେକୌଣସି ସ୍ଥାନରେ ରହିଲେ ବି ଜଣେ ହିତାଧିକାରୀ ରାସନ ଉଠାଇପାରିବେ ବୋଲି ବିଜେପି କହିଚି । ସେପଟେ ସରକାରଙ୍କ ଏ ଯୋଜନାକୁ ଖୋଲାଖୋଲି ବିରୋଧ କରିଛି କଂଗ୍ରେସ । କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ଯେ ଏ ଯୋଜନାରେ ରାସନର ବାଟମାରଣା ପାଇଁ ସରକାର ରାସ୍ତା ଖୋଲିଦେଇଛନ୍ତି ।

{"id":151890}

ସାରା ଦେଶରେ ରାସନ କାର୍ଡର ଜାଲିଆତି କରି ପ୍ରତିବର୍ଷ କୋଟିକୋଟି ଟଙ୍କାର ରାସନ କଳାବଜାରୀ କୁ ରୋକିବା ପାଇଁ ସରକାରଙ୍କ ଏ ପଦକ୍ଷପକୁ ସାଧାରଣରେ ସ୍ୱାଗତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.