Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଓ୍ୱାନ ନେସନ୍‌ ଓ୍ୱାନ ଲାଙ୍ଗୁଏଜ୍‌କୁ ନେଇ ଜୋର ଧରିଲା ରାଜନୀତି

15/09/2019 at 6:37 PM

ନୂଆଦିଲ୍ଲୀ ୧୫।୦୯ -କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଓ୍ବାନ ନେସନ ଓ୍ବାନ ଲାଙ୍ଗୁଏଜ ବୟାନକୁ ନେଇ ଜୋର ଧରିଛି ରାଜନୀତି । ୫ଟି ରାଜ୍ୟ ଅମିତଙ୍କ ମନ୍ତବ୍ୟକୁ ସିଧା ବିରୋଧରେ କରିଛନ୍ତି। ଓଡିଶାରେ ମଧ୍ୟ ଅନୁରୂପ ବିରୋଧ ଦେଖିବାକୁ ମିଳିଛି ।

ଓ୍ବାନ ନେସନ  ଓ୍ବାନ ଲାଗୁଂଏଜେ । ହିନ୍ଦୀ ଭାଷା ଦେଶର ରାଷ୍ଟ୍ରୀୟ ଭାଷା। ଅନ୍ତର୍ଜତୀୟ ସ୍ତରରେ ଏହାର  ପରିଚୟ ହେବା ଦାରକାର। ସେଥିପାଇଁ ସମସ୍ତ ଛା୍ତ୍ରଛତ୍ରୀ ହିନ୍ଦୀ କହିବା ଏବଂ ଶିଖିବା ଦରକାର । 

କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଏହି ବକ୍ତବ୍ୟ ଏବେ ରାଜନୀତିର କେନ୍ଦ୍ରବିନ୍ଦୁ ପାଲିଟିଛି । ଯାହାକୁ ନେଇ ଏବେ ତାମିଲନାଡୁ, କର୍ଣ୍ଣାଟକ, କେରଳ, ପଶ୍ଚିମବଙ୍ଗରେ ଜୋରଦାର ବିରୋଧ ହୋଇଛି। ଏପଟେ ଓଡିଶାରେ ମଧ୍ୟ ଅନୁରୂପ ପ୍ରତିକ୍ରିୟା ଦେଖାଦେଇଛି ।

କେନ୍ଦ୍ର ସରକାର ଆଞ୍ଚଳିକ ଭାଷାକୁ ନ୍ୟୁନ କରିବା ସହ ଦେଶ ଭିତରେ ଅଯଥା ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି ବୋଲି କଂଗ୍ରେସ କହିଛି।  ବିଜେଡି କହିଛି ବହୁଭାଷାର ଦେଶ ଭାରତ। ଆମ ରାଷ୍ଟ୍ରୀୟ ଭାଷା ହିନ୍ଦୀର ବିକାଶ ହେବା ଦରକାର।  କିନ୍ତୁ ଆଞ୍ଚଳିକ ଭାଷାର ସମ୍ମାନ ମଧ୍ୟ ରହିବା ଉଚିତ।

ଦେଶରେ ୨୨ଟି ସିଡ୍ୟୁଲ ଭାଷା ରହିଛି।   ସର୍ବାଧିକ ୫୨.୮୩କୋଟି ଲୋକ ହିନ୍ଦୀ ଭାଷା କହୁ୍ଥିବାବେଳେ, ବଙ୍ଗଳା ୯.୭୨କୋଟି, ମରାଠୀ ୮.୩ କୋଟି, ତେଲୁଗ ୮.୧୧କୋଟି, ଓଡିଆ ୩.୭୫କୋଟି, ଲୋକ କୁହନ୍ତି। ବିଜେପି ଯୁକ୍ତି ହିନ୍ଦୀ ଭାଷା ସମସ୍ତେ କହିଲେ ଦେଶ ଏକତ୍ର ହେବ। ଆଞ୍ଚଳିକ ଭାଷା ଉପରେ ଏହାର କିଛି ପ୍ରଭାବ ପଡିବା ନାହିଁ।

୧୯୪୯ ମସିହାରେ ହିନ୍ଦୀ ଅଫିସିଆଲ ଲାଙ୍ଗୁଏଜର ଷ୍ଟାଟସ ପାଇଥିଲା । ହିନ୍ଦି ସରକାରୀ ଭାଷା ହେଉ କିନ୍ତୁ ରାଜ୍ୟଗୁଡ଼ିକରେ ଆଞ୍ଚଳିକ ଭାଷାର ସରକାରୀ ପ୍ରୟୋଗ ପ୍ରଭାବିତ ନହେଉ ଏହା ଦାବି ହେଉଛି ।

   Related Posts