ବିଷଧର ସାପର ଚୋଟରେ ଚାଲିଗଲା ଜୀବନ

Published By : Prameya-News7 Bureau | August 27, 2020 IST

ପାଟଣା ୨୭।୦୮: ବିଷଧର ସାପ କାମୁଡାରେ ଚାଲିଗଲା ଜଣଙ୍କ ଜୀବନ । ମୃତକ ରଘୁନାଥ ନାଏକ, ଏବଂ ତାଙ୍କ ବୟସ ୫୦ବର୍ଷ ହୋଇଥିବା ସୂଚନା ମିଳିଛି । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା କଣ୍ଡିଆପଡ଼ା ଜାମୁନାଳିଆ ଗାଁରେ ଘଟିଛି ଘଟଣା ।

ସୂଚନାଯୋଗ୍ୟ ଯେ, ବୁଧବାର ରାତିରେ ଖାଇ ସାରି ଶୋଇବାକୁ ଯାଇଥିଲେ ରଘୁନାଥ । କିନ୍ତୁ ସେ ଶୋଇଥିବା ବିଛଣାରେ ଏକ ବିଷଧର ସାପ କାମୁଡିଥିଲା । ଯାହାଫଳରେ କି ବାନ୍ତି କରିବାକୁ ଲାଗିଥିଲେ । ପରିବାର ଲୋକ ଏହା ଜାଣିପାରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ତୁରୁମୁଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବେଚ୍ଛଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ତୁରୁମୁଙ୍ଗା ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.