ଖାଇ ସାରି ଶୋଇଥିଲେ, ସାପ କାମୁଡାରେ ଚାଲିଗଲା ଜୀବନ

Published By : Prameya-News7 Bureau | August 25, 2020 IST

ବୌଦ୍ଧ ୨୫।୦୮ : ସାପ କାମୁଡ଼ାରେ ଜଣଙ୍କର ମୃତ୍ୟୁ ହୋଇଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଞ୍ଚାୟତ ମଥୁରା ଗାଁରେ ଘଟିଛି ଘଟଣା । ମୃତ ଯୁବକ ଓ୍ୱାରକଲ୍‌ ମେହେର ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ମଥୁରା ଗାଁ ଗଣେଶ ମେହେରଙ୍କ ପୁତ୍ର ୱାରକଲ୍ ମେହେର  ଗତକାଲି ରାତିରେ ଖାଇପିଈ ଶୋଇଥିଲେ । କିନ୍ତୁ ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଏକ ବିଷଧର ସାପ କାମୁଡି ଦେଇଥିଲା  । ଯାହାଫଳରେ କି ସେ ଚିତ୍କାର କରିଥିଲେ । ପରିବାର ଲୋକେ ତୁରନ୍ତ ଲାଗି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ଓ୍ୱାରକଲ୍‌ଙ୍କୁ ଗୁରୁତର ଆଜି ସକାଳ ପ୍ରାୟ ୫ଟା ସମୟରେ ପରିବାର ଲୋକ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ  କିଛି ସମୟ ପରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.