ହାତୀ ଦେଖିବା ହେଲା କାଳ : ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆଉ ଜଣେ ଗୁରୁତର

Published By : Prameya-News7 Bureau | April 26, 2021 IST

ସାନଖେମୁଣ୍ଡି ୨୬।୦୪:  ହାତୀ ଦେଖିବା ହେଲା କାଳ । ହାତୀ ଆକ୍ରମଣରେ ଜଣେଙ୍କ  ମୃତ୍ୟୁ ହୋଇଥିବା ବେଳେ  ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗଞ୍ଜାମ ଜିଲ୍ଲାରୁ ଦିଗପହଣ୍ଡି ରେଞ୍ଜ ଚିକିଟି ରାମଚନ୍ଦପୁର ପଞ୍ଚାୟତ ଚାନ୍ଦପୁରରେ ଘଟିଛି ଘଟଣା ।

ଖବର ଅନୁଯାୟୀ, ଚିକିଟି ପତାତଳି-ସୋନପୁର ରାସ୍ତାରେ ଥିବା ଏକ ପୋଖରୀ ନିକଟରେ ୧୪ଟିକିଆ ହାତୀପଲ ଉପଦ୍ରବ ଜାରି ରଖିଛନ୍ତି । ରବିବାର ବିଳମ୍ବିତ ରାତିରେ ବୃନ୍ଦାବନ ବିନ୍ଧାଣୀ ଓ ବାବୁନି ବିନ୍ଧାଣୀ ନାମକ ୨ଜଣ ବ୍ୟକ୍ତି ହାତୀ ଦେଖିବା ପାଇଂ ଯାଇଥିଲେ । ହେଲେ ସେଠାରେ ହାତୀଙ୍କ ଦେଖିବା ହୋଇଯାଇଛି କାଳ । ହାତୀ ଆକ୍ରମଣରେ ବୃନ୍ଦାବନ ବିନ୍ଧାଣିଙ୍କ ମୃତ୍ୟୁ ହୋଇଥିବା ବେଳେ ବାବୁନି ବିନ୍ଧାଣି ଗୁରୁତର ହୋଇଛନ୍ତି । ବାବୁନିଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତିରତ କରାଯାଇଛି । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.