ପୂର୍ବ ଶତ୍ରୁତାକୁ ନେଇ ଛୁରାମାଡ, ଜଣେ ମୃତ

Published By : Prameya-News7 Bureau | July 06, 2020 IST

ସମ୍ୱଲପୁର ୦୬।୦୭: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସମ୍ବଲପୁରରେ ଛୁରାମାଡ । ଅଇଁଠାପାଲି ଥାନା କରମଟୁଲି ଅଞ୍ଚଳରେ ଏହି ଘଟଣା ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଅଛନ୍ତି । ମୃତକ ଜଣକ ହେଲେ ସୋନୁ ଖଡିଆ ଓ ଗୁରୁତର ଜଣକ ହେଲେ ଉମେଶ ଓରାମ ।

{"id":296671,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ସୋନୁ ଖଡିଆ ଓ ଉମେଶ ଓରାମ ଉପରକୁ ଅଭିଯୁକ୍ତମାନେ ଗୋଡାଇ ଗୋଡାଇ ଛୁରାମାଡ କରିଥିଲେ । ଫଳରେ ଘଟଣାସ୍ଥଳରେ ସୋନୁ ଓ ଉମେଶ ଗୁରୁତର ହୋଇପଡିଥିଲେ । ସ୍ଥାନୀୟ ଲୋକ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ଅଇଁଠାପାଲି ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ର ଓ ପରେ ବୁର୍ଲା ସ୍ଥାନାନ୍ତର କରିଥିଲେ | ତେବେ ବୁର୍ଲାରେ ସୋନୁଙ୍କ ମୃତ୍ୟୁ ହୋଇଥିବା ବେଳେ ଉମେଶଙ୍କ ଅବସ୍ଥା ଗୁରୁତର ରହିଛି | ଘଟଣାର ପୋଲିସ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.