ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ

Published By : Prameya-News7 Bureau | August 27, 2020 IST

ସୋନପୁର ୨୭।୦୮:  ବଜ୍ରାଘାତରେ ଜଣେ ମୃତ । ସୋନପୁର ଜିଲ୍ଲା ବିନିକା ଉର୍ଳେ ଗାଁରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ବିନିକା ଏନଏସି ୧୦ ନମ୍ବର ୱାର୍ଡ ଉର୍ଳେ ଗାଁର ସୀତାରାମ ସେଠୀ ।

ସୂଚନାଯୋଗ୍ୟ ଯେ, ସୀତାରାମ ଖାଇ ସାରିବା ପରେ ଘରୁ ଶୌଚ ପାଇଁ ବାହାରକୁ ବାହାରିଥିଲେ I ହେଲେ ବଜ୍ରାଘାତ ହେବାରୁ ସେ ତଳେ ପଡି ଯାଇଥିବା ସୀତାରାମଙ୍କ ସାନ ଭାଇ ଜୟରାମ କହିଛନ୍ତି I ପରିବାର ଲୋକେ ତାଙ୍କୁ ଦେଖି ଗୁରୁତର ଅବସ୍ଥାରେ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ I ହେଲେ ଡାକ୍ତର ଦେଖିଲା ପରେ ମୃତ ଘୋଷଣା କରିଥିଲେ I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.