Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଗ୍ରାସୀମ ଇଣ୍ଡଷ୍ଟ୍ରୀରେ ଷ୍ଟିମ୍ ପାଇପ ବିସ୍ଫୋରଣ ଘଟଣା ; ଜୀବନ ହାରିଲେ ଜଣେ ଇଞ୍ଜିନିୟର, ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି

11/10/2020 at 8:45 AM

ଖଲ୍ଲିକୋଟ ୧୧।୧୦: ଗଞ୍ଜାମ ଜିଲ୍ଲାରେ ଗତ କିଛି ତଳେ ଗ୍ରାସୀମ ଇଣ୍ଡଷ୍ଟ୍ରୀରେ ଷ୍ଟିମ୍‌ ପାଇପ ବେଲ୍‌ ଫାଟି ୩ଜଣ ଗୁରୁତର ହୋଇଥିଲେ । ଗୁରୁତରଙ୍କ ମଧ୍ୟରେ ଜଣେ ଇଞ୍ଜିନିୟର ଓ ୨ଜଣ ଠିକା ଶ୍ରମିକ ଥିଲେ । ତେବେ ସେମାନଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ  ଇଞ୍ଜିନିୟର ଅଭିଷେକ ପାଲଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ୱର ସ୍ଥିତି ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି । ପୂର୍ବରୁ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇସାରିଛି ।

ଖବର ଅନୁଯାୟୀ, ୫ଦିନ ତଳେ ଗ୍ରାସୀମ ଇଣ୍ଡଷ୍ଟ୍ରୀରେ ପାଇପ ବେଲ୍ ଫାଟି ୩ଜଣ ଶ୍ରମିକ ଗୁରୁତର ହୋଇଥିଲେ । ଯାହାକୁ ନେଇ କମ୍ପାନୀରେ ଉତ୍ତେଜାନ ଦେଖାଦେଇଥିଲା । କମ୍ପାନୀ କର୍ମଚାରୀଙ୍କ ପକ୍ଷରୁ କ୍ଷତିପୂରଣ ଦାବିରେ ଗେଟ୍‌ ସମ୍ମୁଖରେ ଧାରଣାରେ ବସିଥିଲେ । କମ୍ପାନୀ ଉଚ୍ଚ କର୍ତ୍ତୃପକ୍ଷ,  ଜିଲ୍ଲାପ୍ରଶାସନ, ଶ୍ରମିକଙ୍କ ମଧ୍ୟରେ ବୈଠକ ବସିବା ପରେ କମ୍ପାନୀ ଦାବି ପୁରଣ କରିବା ପାଇଁ ପ୍ରତିଶୃତି ଦେବା ପରେ ଶ୍ରମିକମାନେ ଧାରଣାରୁ ଓହରିଥିଲେ । 

ବୈଠକ ପରେ କମ୍ପାନୀ କତ୍ତୃପକ୍ଷ  ୧୨ଲକ୍ଷ ଟଙ୍କା ପରିବାର ଜଣକୁ ଚାକିରୀ ଦେବା ସହ ଚିକିତ୍ସାର ସମସ୍ତ ଖର୍ଚ୍ଚ କମ୍ପାନୀ ବହନ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଶ୍ରମିକ ମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ । କିନ୍ତୁ ସେପଟେ ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ଠିକା ଶ୍ରମିକ ମନୋଜ ରାଉଳଙ୍କ ମୃତ୍ୟୁ ହୋଇଥିଲେ । ଏବଂ ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଛି। ଯାହାକି ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି ।

   Related Posts