ଟ୍ରେନ୍ ଲାଇନ୍‌ରେ ପଡିଛି ବୃଦ୍ଧଙ୍କ ମୃତଦେହ, ଛତିଗଡର ଭିଲାଇରେ ମୃତକଙ୍କ ଘର

Published By : Prameya-News7 Bureau | November 21, 2020 IST

କଣ୍ଟାବାଞ୍ଜି ୨୧।୧୧: ରେଳ ଲାଇନରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଝି ବଙ୍ଗୋମୁଣ୍ଡା ରେଳ ଫାଟକ ନିକଟରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାମ ପ୍ୟାରେଲାଲ ସାଗର ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଆଜି କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ରେଳ ଫାଟକ ନିକଟରେ ଥିବା ରେଳ ଲାଇନ ନିକଟରେ ଜଣେ ବୃଦ୍ଧଙ୍କ ମୃତଦେହ ପଡିଥିବାର ସ୍ଥାନୀୟଲୋକ ଦେଖି ପୋଲିସକୁ ଖବର ଦେଇଥିଲା । ଖବର ପାଇ ପୋଲିସ ଓ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ମୃତକ ପ୍ୟାରେଲାଲ ସାଗରଙ୍କ ଘର ଛତିଶଗଡ଼ର ଭିଲାଇରେ ହୋଇଥିବା ଜଣାପଡିଛି । ବଙ୍ଗୋମୁଣ୍ଡା ଥାନା ବିରିପାଳ ଗାଁରେ ତାଙ୍କ ସଂପର୍କୀୟଙ୍କ ପାଖକୁ ଆସିଥିଲେ ।  କଣ୍ଟାବାଞ୍ଜି ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜିଆରପି ପୋଲିସ ସୁଚନା ଦେଇଛି । ତେବେ ବୃଦ୍ଧ ଜଣକ ରେଳ ଲାଇନରେ କଣ କରୁଥିଲେ କେଉଁ ଟ୍ରେନ ତାଙ୍କୁ ଧକ୍କା ଦେଇଛି ତାହା ଟିକିନିଖି ତଦନ୍ତ ଆରମ୍ଭ ହୋଇଛି । ତେବେ ଟ୍ରେନ ଧକ୍କା ଯୋଗୁ ହିଁ ତାଙ୍କ ମୃତ୍ୟୁ ହୋଇଥିବା ଜିଆରପି ପୋଲିସ ସୁଚନା ଦେଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.