କୌଣସି କାମରେ ଗାଁ ବାହାରକୁ ଯାଉଥିଲେ, ରାସ୍ତାରେ କଚାଡ଼ି ମାରିଦେଲା ହାତୀ

Published By : Prameya-News7 Bureau | October 26, 2020 IST

ଢେଙ୍କାନାଳ ୨୬।୧୦: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି । ଏପରିକି  ଜଣେ ଅବସର ପ୍ରାପ୍ତ ଶିକ୍ଷକଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ଖବର ମିଳିଛି ।

ଖବର ଅନୁଯାୟୀ,  ବାରିହାପୁର ଗାଁର ଅବସରପ୍ରାପ୍ତ ଶିକ୍ଷକ କାଳନ୍ଦି ଅନ୍ୟ ଗାଁକୁ କୈାଣସି କାମରେ  ଯାଉଥିଲେ । କିନ୍ତୁ ସେ ସାଇକେଲରେ ଯାଉଥିବା ବେଳେ ବାଟରେ ହାତୀ ସହ ମୁହାଁମୁହିଁ ହୋଇଯାଇଥିଲେ।  । ଯାହାଫଳରେ ହାତୀଟି ତାଙ୍କୁ ଶୁଣ୍ଡରେ କଚାଡି ଦେଇଥିଲା । ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲ , ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.