ଟ୍ରକ ପଛପଟୁ ପିଟିଲା ସ୍କୁଟି : ଜଣେ ଭଉଣୀ ମୃତ, ଅନ୍ୟ ଜଣେ ଗୁରୁତର

Published By : Prameya-News7 Bureau | November 08, 2020 IST

ଚଣ୍ଡିଖୋଲ ୦୮।୧୧: ଟ୍ରକ ପଛପଟୁ ପିଟିଲା ସ୍କୁଟି । ଯାଜପୁର ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୧୬ ରଥିଆ ଛକ ନିକଟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି । ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।

ଖବର ଅନୁଯାୟୀ,  ଜାତୀୟ ରାଜପଥ ରଥିଆ ଛକ ନିକଟରେ ୨ ଭଉଣୀ ଟିଉସନ ସାରି ସ୍କୁଟିରେ ଫେରୁଥିଲେ । ତେବେ ରଥିଆ ଛକ ନିକଟରେ ରାସ୍ତା କଡରେ ଛିଡା ଟ୍ରକ ଆସି ପଛପଟୁ ଜୋରାଦାର ଧକ୍କା ଦେଇଥିଲା ସ୍କୁଟି । ଯାହାଫଳରେ କି ଘଟଣାସ୍ଥଳରେ ୨ ଭଉଣୀଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ରହିଥିଲା । ଗୁରୁତର ଅବସ୍ଥାରେ ଅନ୍ୟଜଣଙ୍କୁ ନିକଟସ୍ଥ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ତେବେ ମୃତକଙ୍କ ନାମ  ହେଲେ ଶିପ୍ରା ବେହେରା । ୨ ଭଉଣୀ ସ୍ଥାନୀୟ ନେଉଳପୁର ଅଞ୍ଚଳର ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.