ବିରୁଡ଼ି ମାରିଦେଲା : ବାଉଁଶ କରଡି ପାଇଁ ଜଙ୍ଗଲକୁ ଯାଇଥିଲେ , ଗୋଡେଇ ବିନ୍ଧିଲେ ବିରୁଡ଼ି ଦଳ, ଜଣେ ମୃତ-୩ ଗୁରୁତର

Published By : Prameya-News7 Bureau | September 14, 2020 IST

ଜୟପୁର ୧୪।୦୯ : କାଳ ସାଜିଲେ ବଣୁଆ ବିରୁଡ଼ି । ଜଙ୍ଗଲକୁ ଯାଇଥିଲେ ବାଉଁଶ କରଡ଼ି ସଂଗ୍ରହ ପାଇଁ, କିନ୍ତୁ ଜଙ୍ଗଲରେ ବିନ୍ଧିଲା ଦଳେ ବିରୁଡ଼ା । ଯାହାଫଳରେ କି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଥିବା ଜଣାପଡିଛି । ମୃତାହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସା ଜାରି ରହିଛି । କୋରାପୁଟ ଜିଲ୍ଲା ଜୟପୁର ଠାରୁ ୫କିମି  ଦୂରରେ ଥିବା ବାଲିଆ ନିକଟରେ ଥିବା ଏକ ଜଙ୍ଗଲରେ ଘଟିଛି ଘଟଣା ।

ଜୟପୁର ବାଲିଆ ଗାଁର ପାଞ୍ଚ ଜଣ ଲୋକ ନିକଟରେ ଥିବା ଏକ ଜଙ୍ଗଲରୁ ବାଉଁଶ କରଡ଼ି ସଂଗ୍ରହ କରିବାକୁ ଯାଇଥିଲେ । କିନ୍ତୁ ଜଙ୍ଗଲରେ ବାଉଁଶ କରଡ଼ି ସଂଗ୍ରହ କରିବାବେଳେ ଦଳେ ବିରୁଡ଼ି ଆସି ଆକ୍ରମଣ କରିଥିଲେ । ଯାହାଫଳରେ ୫ଜଣଙ୍କୁ ବିରୁଡ଼ି ବିନ୍ଧିବା ଫଳରେ ସେମାନେ ଆହତ ହୋଇଥିଲେ । ଆହତମାନଙ୍କୁ ଚିକିତ୍ସା ଲାଗି ଜୟପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ଜଗବନ୍ଧୁ ପରଜାଙ୍କ ପୁଅ କୁଶ ପରଜା ବୋଲି ଜଣାପଡିଛି । ତାଙ୍କ ବୟସ ପ୍ରାୟ ୪୭ବର୍ଷ ହେବ ବୋଲି  ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.