ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, କ୍ଷତିପୂରଣ ଦାବି
31/12/2020 at 9:43 AM

ଅନୁଗୁଳ ୩୧।୧୨: ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ ।ମୃତକଙ୍କ ନାମ ଗୋପବନ୍ଧୁ ସାହୁ ବୋଲି ଜଣାପଡିଛି । ଅନୁଗୁଳ ଜିଲ୍ଲା କରତପଟା ଗାଁରେ ଘଟଣା ଘଟିଛି । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଗୋପବନ୍ଧୁ ନିଜ ବଗିଚାରୁ ଫେରୁଥିବା ବେଳେ ହାତୀ ହାବୁଡ଼ରେ ପଡିଯାଇଥିଲେ । ହାତୀ ଗୋପବନ୍ଧୁଙ୍କୁ ଦେଖି ଆକ୍ରମଣ କରିଥିଲେ । ଯେଉଁଥିରେ କି ଗୁରୁତର ହୋଇଥିଲେ । ଯାହାଫଳରେ କି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।ସ୍ଥାନୀୟ ଲୋକ ମଧ୍ୟ ଭୟର ଜୀବନ କାଟୁଛନ୍ତି । ହାତୀଟି କିଛିଦିନ ହେବ ସେହି ଆଖପାଖ ଜଙ୍ଗଲରେ ବୁଲୁଥିବା ଆଗରୁ ଦେଖିବାକୁ ପାଇଥିଲେ। କିନ୍ତୁ ବନ ବିଭାଗ ହାତୀକୁ ଘଉଡାଇବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକ ହାତୀ ଦାଉରୁ ସୁରକ୍ଷା ଆଉ କ୍ଷତିପୂରଣ ଦାବି କରିଛନ୍ତି।