Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ମନ୍ଦିର ପରିସରରେ ନିର୍ମମ ହତ୍ୟା : ତଦନ୍ତ ଜାରି

4/11/2019 at 10:29 AM

ନୟାଗଡ଼ ୪/୧୧: ମନ୍ଦିର ପରିସରରେ ଜଣଙ୍କୁ ହତ୍ୟା କରାଯାଇଛି । ଗଣିଆ ଥାନା କଳାପାଟ ମନ୍ଦିରରେ ଘଟିଛି ଏହି ଘଟଣା । ମୃତକ ହେଲେ ଛାମୁଣ୍ଡିଆ ଗାଁର ଗୟା ବାରିକ । ମନ୍ଦିର ପିଣ୍ଡିରେ ଶୋଇଥିବା ସମୟରେ କେହି ତାଙ୍କୁ ହତ୍ୟା କରିଥିବା ଜଣାପଡିଛି । ଗୟାଙ୍କ ମୁହଁ ଏବଂ ମୁଣ୍ଡକୁ ଛେଚି ହତ୍ୟା କରାଯାଇଥିବା ପାରିପାର୍ଶ୍ବିକ ଅବସ୍ଥାରୁ ଅନୁମାନ କରାଯାଉଛି ।

ଗୟା ଗାଁରେ ସେଲୁନ କରି ଚଳନ୍ତି । ତାଙ୍କର ଦୁଇଟି ପୁଅ । ବଡ ପୁଅ ତା ପରିବାର ସହିତ ଅଲଗା ରହୁଥିବା ବେଳେ ସାନ ପୁଅ ତାଙ୍କ ପାଖରେ ରହୁଛି । ତେବେ ବିଭିନ୍ନ ସମୟରେ ସାନ ପୁଅ ସହିତ ଗୟାଙ୍କ ଝଗଡା ହୋଇଥାଏ । ଗତକାଲି ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାପରେ ଗୟା ଚଦର, କମ୍ବଳ ଇତ୍ୟାଦି ଧରି ଘରୁ ରାଗରେ ଚାଲିଆସିଥିଲେ । ଆଜି ସକାଳେ ମନ୍ଦିର ବାରଣ୍ଡାରେ ତାଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଖବର ପାଇ ଗଣିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗୟାଙ୍କ ସାନ ପୁଅକୁ ପୋଲିସ ସନ୍ଦେହରେ ଥାନାକୁ ଆଣି ପଚରାଉଚରା କରୁଛି । ଅଧିକ ଅନୁସନ୍ଧାନ ପାଇଁ ସାଇଣ୍ଟିଫିକ୍ ଟିମକୁ ଡକାଯାଇଛି ।

   Related Posts