ମୁମ୍ବାଇ ଫେରନ୍ତା ୨ ଜଣଙ୍କ ସୂଚନା ଦେବାରୁ ଯୁବକଙ୍କୁ ପିଟି ପିଟି ହତ୍ୟା

Published By : Prameya-News7 Bureau | March 31, 2020 IST

ପାଟନା ୩୧।୦୩: କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଉଠାଯାଉଥିବା ପଦକ୍ଷେପ କାରଣରୁ  ବିହାରରେ ହିଂସା ଘଟଣା ବଢିବାରେ ଲାଗିଛି। କେଉଁଠି ହତ୍ୟା ତ କେଉଁଠି ମାରପିଟ୍‌ ଖବର ସାମ୍ନାକୁ ଆସୁଛି। ଏହି କ୍ରମରେ ରାଜ୍ୟର ସୀତାମଢିରେ ମୁମ୍ବାଇରୁ ଫେରିଥିବା ଦୁଇ ଲୋକଙ୍କ ସୂଚନା ପ୍ରଶାସନକୁ ଦେବାରୁ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ଦୁଇ ଅପରାଧୀଙ୍କୁ ଗିରଫ କରିଛି।

ମୃତକଙ୍କ ଭାଇ ପୋଲିସକୁ କହିଛନ୍ତି ଯେ, ମାର୍ଚ୍ଚ ୨୦ରେ ଗାଁର ଦୁଇ ଜଣ ପିଲା ମୁମ୍ବାଇରୁ ଫେରିଥିଲେ। ଏହା ଜାଣିବା ପରେ ତାର ଭାଇ କଣ୍ଟ୍ରୋଲ ରୁମକୁ ସୂଚନା ଦେଇଥିଲେ। ଏହି କାରଣରୁ ସଂପର୍କୀୟ ଭାଇ ରାଗ ରଖିଥିଲେ ଏବଂ ରବିବାର ବିଳମ୍ବିତ ସନ୍ଧ୍ୟାରେ ପିଟିପିଟି ହତ୍ୟା କରି ଦେଲେ।

{"id":247005,"sizeSlug":"large"}

ଉଲ୍ଲେଖଯୋଗ୍ୟ, ରାଜ୍ୟରେ କରୋନା ପଜିଟିଭ ରୋଗୀଙ୍କ ସଂଖ୍ୟା ୧୬କୁ ବୃଦ୍ଧି ଘଟିଛି। ସରକାର ଅନ୍ୟ ରାଜ୍ୟରୁ ଫେରିଥିବା ଲୋକଙ୍କୁ ବିହାରର ସୀମାରେ ଅଟକାଇ ରଖିଛନ୍ତି। ଅନ୍ୟ ରାଜ୍ୟରୁ ଆସିଥିବା ଶ୍ରମିକ ଏବଂ ପାଟନାରେ ରହୁଥିବା ଗରିବଙ୍କୁ ଖାଦ୍ୟ ଓ ରହିବାର ସୁବିଧା କରିବା ପାଇଁ ବିପର୍ଯ୍ୟୟ ପ୍ରଶମନ କେନ୍ଦ୍ର କାମ କରୁଛି। ସହରର ଅନେକ ସ୍ଥାନରେ ରିଲିଫ କେନ୍ଦ୍ର କରାଯାଇଛି। ଗରିବଙ୍କୁ ଭୋଜନ ଏବଂ ରହିବାକୁ ବ୍ୟବସ୍ଥା କରାଯାଇଛି।

{"id":247006,"sizeSlug":"large"}

ଅନ୍ୟପଟେ ରାଜ୍ୟର ସୁପୋଲ ଜିଲ୍ଲାରେ ମଧ୍ୟ ବିଦ୍ୟାଳୟରେ କରାଯାଇଥିବା କ୍ଵାରେନଟାଇନ କ୍ୟାମ୍ପରୁ ୧୦ ଶ୍ରମିକ ଫେରାର ହୋଇ ଯାଇଛନ୍ତି। ଏଠାରେ ଏନଜିଓ ଦ୍ଵାରା ଖାଦ୍ୟ ବ୍ୟବସ୍ଥା କରାଯାଇଛି। ସୋମବାର ରାତିରେ ଖାଦ୍ୟ ନଆସିବାରୁ କ୍ଵାରେନଟାଇନରେ ରହିଥିବା ୧୦ ଲୋକ ଫେରାର ମାରିଛନ୍ତି। ପୋଲିସ ସେମାନଙ୍କ ସନ୍ଧାନରେ ଜୁଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.