Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ସହିଦନଗର ଡ୍ରେନ୍‌ରୁ ଯୁବକଙ୍କ ମୃତଦେହ ଠାବ, ସେଲୁନ୍‌ର କରୁଥିଲେ କାମ

28/11/2021 at 1:45 PM

ଭୁବନେଶ୍ୱର ୨୮।୧୧: ଡ୍ରେନରୁ ଯୁବକଙ୍କ ମୃତଦେହ ଉଦ୍ଧାର ।  ଭୁବନେଶ୍ୱର ସହିଦନଗର ପ୍ରଭୂଜି ସ୍କୁଲ ସାମ୍ନାରେ ଥିବା ଡ୍ରେନ୍‌ରୁ ଠାବ ହୋଇଛି ମୃତଦେହ । ମୃତ ଯୁବକଙ୍କ ନାମ ସମ୍ଭୁନାଥ ବାରିକ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ,  ରବିବାର ଦିନ ସହିଦନଗର ପ୍ରଭୁଜି ସ୍କୁଲ ସାମ୍ନାରେ ଥିବା ଡ୍ରେନ୍‌ରେ ଜଣେ ଯୁବକଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲା । ପୋଲି ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ସେ ପଥର ବନ୍ଧ ବସ୍ତି ଅଞ୍ଚଳରେ ଏକ ସେଲୁନ ରେ କାମ କରୁଥିଲେ । 

   Related Posts