ଲୁହା ରାକ୍ ତଳେ ଚାପି ହୋଇ ସିପାହୀଙ୍କ ମୃତ୍ୟୁ, ଇଭିଏମ୍ ଷ୍ଟ୍ରଙ୍ଗ୍ ରୁମ୍‌ରେ ଥିଲେ ଡ୍ୟୁଟିରେ

Published By : Prameya-News7 Bureau | January 01, 2021 IST

ବୌଦ୍ଧ ୧।୧: ବୌଦ୍ଧ ଜିଲ୍ଲା ଇଭିଏମ୍ ଷ୍ଟ୍ରଙ୍ଗ୍ ରୁମରେ ରାତି ଡ୍ୟୁଟି କରୁଥିବା ସମୟରେ ଲୁହା ର୍ୟାକ୍ ପଡି ସିପାହୀଙ୍କ ମୃତ୍ୟୁ ହୋଇଛି । ମୃତ ସିପାହୀ ଜଣଙ୍କ ଓଡିଶା ଏଗଜୁଲାରୀ ପୋଲିସ ଓଏପିଏଫ ପ୍ରକାଶ ଭୋଇ ।

ସୂଚନାଯୋଗ୍ୟ ଯେ, ଗୁରୁବାର ଇଭିମ୍ ଷ୍ଟ୍ରଙ୍ଗ୍ ରୁମରେ ରାତିରେ ସିପାହୀ ଜଣଙ୍କ ଡ୍ୟୁଟି କରୁଥିଲେ । ବିଳମ୍ବିତ ରାତିରେ ଲୁହା ର୍ୟାକ୍ ଧରି ପାହାଚ ଚଢିବା ସମୟରେ କୌଣସି କାରଣ ବଶତଃ ଲୁହା ର୍ୟାକ୍ ତାଙ୍କ ଉପରେ ପଡିଯାଇଥିଲା । ସାଥିରେ ଥିବା ଅନ୍ୟ ସିପାହୀମାନେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.