ଘର ଭିତରକୁ ପଶିଗଲା କାର୍ : ଜଣେ ମୃତ, ବାପ-ପୁଅ ଗୁରୁତର
9/01/2021 at 5:29 PM

ନୂଆପଡା ୯।୧: ଘର ଭିତରକୁ ମାଡିଗଲା କାର୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାପ-ପୁଅ ଗୁରୁତର ହୋଇଛନ୍ତି । ଗୁରୁତର ବାପ-ପୁଅଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ଗଡରାମୁଣ୍ଡା ଗ୍ରାମର ନମିତା ହଂସ।
କ୍ଷତିପୂରଣ ଦାବିରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଗାଡି ଭଙ୍ଗାରୁଜା କରିବା ସହ ଖଡିଆଳ-ବୋଡେନ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଖଡିଆଳ ଥାନା ଗଡରାମୁଣ୍ଡା ଗାଁର ଘଟଣା । ଘଟଣାସ୍ଥଳରେ ଖଡିଆଳ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।