ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର

Published By : Prameya-News7 Bureau | October 29, 2020 IST

ଗଞ୍ଜାମ ୨୯।୧୦: ବୋମା ଭିଡୁଥିବା ବେଳେ ଅଘଟଣ । ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ବଡଗଡ ଭୀମପୁର ଗାଁରେ ଘଟିଛି ଏଭଳି ଅଘଟଣ ।

{"id":352650,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ବଡଗଡ ଭୀମପୁର ଗାଁରେ ବୋମା ଭିଡୁଥିବା ବେଳେ ବଡ ଧରଣର ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ବୁଲୁ ମଳିକ । ଅନ୍ୟ ଦୁଇ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":352651,"sizeSlug":"large"}

ଘଟଣାସ୍ଥଳରେ ବଡଗଡ଼ ଥାନା ପୋଲିସ ଓ ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.