ଓଲଟି ପଡିଲା ଟ୍ରାକ୍ଟର : ଚାପି ହୋଇ ଜଣେ ଶ୍ରମିକ ମୃତ, ଦୁଇ ଆହତ

Published By : Prameya-News7 Bureau | February 12, 2020 IST

ପାଟଣା ୧୨।୨: କେନ୍ଦୁଝର ଜିଲ୍ଲା ପାଟଣା ଥାନା ରାୟପୁର ନିକଟରେ ଭାରସାମ୍ୟ ହରାଇ ଏକ ଟ୍ରାକ୍ଟର ଓଲଟିପିଡିଛି । ଫଳରେ ଟ୍ରାକ୍ଟର ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଶ୍ରମିକ ଆହତ ହୋଇଛନ୍ତି । ମୃତ ଶ୍ରମିକ ହେଉଛନ୍ତି ରାୟପୁର ଗ୍ରାମର କେନ୍ଦୁବେଡା ସାହିର ସୀତାରାମ ମହାନ୍ତଙ୍କ ପୁଅ ଶ୍ରୀତମ ମହାନ୍ତ । ଅନ୍ୟ ଦୁଇ ଆହତଙ୍କ ପରିଚୟ ମିଳିପାରିନାହିଁ ।

ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଛି । ପାଟଣା ଥାନା ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରଟିକୁ ଜବତ କରିଛି । ମୃତ ଶ୍ରମିକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.