ଘରୋଇ କଳହରୁ ବିଷ ପିଇଲେ ୩ ଜଣ : ସ୍ତ୍ରୀ ମୃତ, ସ୍ବାମୀ ଓ ବଡ ପୁଅ ଗୁରୁତର

Published By : Prameya-News7 Bureau | March 15, 2020 IST

ସମ୍ବଲପୁର ୧୫।୩: ଘରୋଇ କଳହରୁ ବିଷ ପିଇଲେ ଗୋଟିଏ ପରିବାରର ୩ ସଦସ୍ୟ । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଚିକିତ୍ସାଧିନ ଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କତରବଗା ଥାନା ଲଏଡା ଗ୍ରାମରେ ।

ସୂଚନାଯୋଗ୍ୟ ଯେ, ଲଏଡା ଗ୍ରାମର ସ୍ବାମୀ ସୁବେର ମହାନନ୍ଦିଆ, ସ୍ତ୍ରୀ ବୈଦେହୀ ମହାନନ୍ଦିଆ ଏବଂ ବଡ ପୁଅ ସୁଶାନ୍ତ ମହାନନ୍ଦିଆ ଶନିବାର ଏକାସହ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀ ବୈଦେହୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଓ ବଡପୁଅ ଏବେ ଚିକିତ୍ସାଧିନ ଅଛନ୍ତି । ତେବେ ଦୁଇ ଦିନ ପୂର୍ବରୁ କୌଣସି କାରଣକୁ କେନ୍ଦ୍ରକରି ପରିବାରରେ ଝଗଡା ହୋଇଥିଲା ।

ଶନିବାର ଅପରାହ୍ନରେ ସମସ୍ତେ ଖାଇ ସାରି ବିଷ ପିଇଦେଇଥିଲେ ବୋଲି ମୃତ ମହିଳାଙ୍କ ସାନ ପୁଅ କହିଛନ୍ତି । ସାନ ପୁଅ ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ବୁର୍ଲା ମେଡିକାଲକୁ ଆଣିଥିଲେ । ତେବେ ବୁର୍ଲାରେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ବୈଦେହୀଙ୍କୁ ମୃତ ଘୋଷଣା କରିଛନ୍ତି । ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.