ଦୁଇ ବାଇକ୍ ମୁହାଁମୁହିଁ ଧକ୍କା : ଜଣେ ମୃତ, ଦୁଇ ଗୁରୁତର

Published By : Prameya-News7 Bureau | February 21, 2020 IST

ସାଲେପୁର ୨୧।୨: କଟକ ଚାନ୍ଦବାଲି ରାସ୍ତାର କଳାଗ୍ନି ଛକରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତ । ମୃତକ ଭୁବନେଶ୍ବର ନୟାପଲ୍ଲୀର ଯଶୋବନ୍ତ ଦାସ । ଗୁରୁତରଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ ଯେ, କଟକ-ଚାନ୍ଦବାଲି ରାସ୍ତାର କଳାଗ୍ନି ଛକରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତକ ଭୁବନେଶ୍ବର ନୟାପଲ୍ଲୀ ଯଶୋବନ୍ତ ଦାସ । ତିନି ଜଣଙ୍କୁ ସାଲେପୁର ଦମକଳବାହିନୀ ସାହାଯ୍ୟରେ ସାଲେପୁର ମେଡ଼ିକାଲକୁ ଅଣାଯାଇଥିଲା ।

ସେଠାରେ ଜଣଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇ ଜଣ ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ପଠାଯାଇଛି । ଦୁଇ ଗୁରୁତର ଭଦ୍ରକ ଅଞ୍ଚଳର ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.