ଦୁଇ ବାଇକ୍ ମୁହାଁମୁହିଁ ଧକ୍କା : ଜଣେ ମୃତ, ମହିଳାଙ୍କ ସମେତ ୨ ଗୁରୁତର

Published By : Prameya-News7 Bureau | July 23, 2021 IST

ସୁନ୍ଦରଗଡ଼ ୨୩।୭: ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଛଟେନପାଲି ବ୍ରିଜ ନିକଟରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣଙ୍କ ଲେଫ୍ରିପଡ଼ା ଗ୍ରାମର ଝସକେତନ ପଟ୍ଟା । ଜଣେ ଗୁରୁତର ରିନା ହୋତା ।

ଉଲ୍ଲେଖଯୋଗ୍ୟ ଯେ, ଝସକେତନ ଓ ରିନା ଦୁହେଁ ସୁନ୍ଦରଗଡ ଆସୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା । ଝସକେତନ ଓ ରିନା ଲେଫ୍ରିପଡ଼ା କଲେଜ କର୍ମଚାରୀ ଅଟନ୍ତି । ଅନ୍ୟ ଜଣେ ଗୁରୁତରଙ୍କ ପରିଚୟ ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.