ଖାଦ୍ୟ ବିଷକ୍ରିୟା ଯୋଗୁଁ ଗୋଟିଏ ପରିବାରର ଜଣେ ମୃତ, ୩ ଗୁରୁତର

Published By : Prameya-News7 Bureau | December 02, 2021 IST

ଟାଙ୍ଗୀ ୨।୧୨: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୁହୁଡି ଗ୍ରାମ ଚୁଆଟାଙ୍ଗି ଅଞ୍ଚଳରେ ଅଭାବନୀୟ ଘଟଣା । ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇ ଖୋର୍ଦ୍ଧା ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ବୁଧବାର ରାତ୍ର ଭୋଜନ କରି ଶୋଇଥିବା ବେଳେ ରାତି ପ୍ରାୟ ୩ଟା ୪ଟା ବେଳେ ସମସ୍ତଙ୍କର ଝାଡା-ବାନ୍ତି ହେବାରୁ ବାପା, ମା’ ଓ ୨ ପୁଅଙ୍କ ଦେହ ହଠାତ ଅସୁସ୍ଥ ହୋଇପଡିଥିଲା । ଖବର ପାଇ ସ୍ଥାନୀୟ ଲୋକେ ସେମାନଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ମେଡିକାଲରେ ୭ ବର୍ଷର ନାବାଳକ ବସନ୍ତ ପାତ୍ରଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଅନ୍ୟମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି । ଖାଦ୍ୟ ବିଷକ୍ରିୟା ଯୋଗୁଁ ଅଘଟଣ ଘଟିଥାଇପାରେ ବୋଲି ଡାକ୍ତର ଅନୁମାନ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.