ପୂର୍ବ ଶତ୍ରୁତାରୁ ଗୋଡାଇ ଗୋଡାଇ ହାଣିଲେ : ଜଣେ ମୃତ, ଜଣେ ଗୁରୁତର

Published By : Prameya-News7 Bureau | August 04, 2020 IST

ସୋର ୪।୮: ଦୁଇ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ । ଜଣେ ମୃତ ଓ ଜଣେ ଗୁରୁତର । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୧୫ରୁ ଅଧିକ ଯୁବକ ଦୁଇ ଯୁବକଙ୍କୁ କଟୁରୀ, ଖଣ୍ଡା ଭୁଜାଲିରେ ମିଳିତ ଭାବେ ଆକ୍ରମଣ କରିଥିଲେ । ଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲେଶ୍ବର ପରେ କଟକ ନେବା ବାଟରେ ମୃତ୍ୟୁ ହୋଇଛି ।

ବାଲେଶ୍ଵର ସଦର ବ୍ଲକ୍ ବୁଆଣ ପଞ୍ଚାୟତ ପାରିକୂଳ ଗାଁରେ ଗତକାଲି ରାତି ୮ଟା ୩୦ମିନିଟ୍ ରେ ସ୍କୁଟିରେ ଦୁଇ ଯୁବକ ପ୍ରିୟବ୍ରତ ମହାପାତ୍ର ଓ ତପନ ପାତ୍ର ବେରେଲରେ ଡିଜେଲ ନେଇ ଗାଁକୁ ଫେରିବା ବେଳେ ଛତ୍ରପୁର ବେଲବାରିଆଠାରେ ଗୋଟିଏ ଗୋଷ୍ଠୀର ୧୫ରୁ ଅଧିକ ଯୁବକ ବିଜୟ ଓ ପ୍ରିୟବ୍ରତ ସ୍କୁଟି ଅଟକାଇ ଗୋଡାଇ ଗୋଡାଇ ତେଲେଙ୍ଗାନା କଟୁରୀ, ଖଣ୍ଡା ଓ ଭୁଜାଲି ଆକ୍ରମଣ ଯୋଗୁ ବିଜୟ ଓ ପ୍ରିୟବ୍ରତ ଗୁରୁତର ହୋଇ ପଡ଼ିଥିଲେ । ଆକ୍ରମଣକାରୀମାନେ ତପନର ଗୋଟିଏ ହାତ ସଂପୂର୍ଣ୍ଣ ହାଣି ଦେଇଥିବା ବେଳେ ଅନ୍ୟ ହାତ, ମୁଣ୍ଡ ଗୋଡକୁ ହାଣିଥିଲେ ଆକ୍ରମଣକାରୀ । ପ୍ରିୟବ୍ରତର ହାତକୁ ହାଣିଥିବାରୁ ସେ ବାଲେଶ୍ଵରରେ ଚିକିତ୍ସିତ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.