ଦିନ ଦ୍ବିପ୍ରହରରେ ହତ୍ୟାକାଣ୍ଡ : ଲୁଟ୍ ପାଇଁ ଘରେ ପଶି କଲେ ଆକ୍ରମଣ, ଜଣେ ମୃତ ଓ ଜଣେ ଗୁରୁତର

Published By : Prameya-News7 Bureau | September 11, 2021 IST

କଣ୍ଟାବାଞ୍ଜି ୧୧।୯: ଦିନ ଦ୍ବିପ୍ରହରରେ ବଙ୍ଗୋମୁଣ୍ଡା ଜମିଦାରପଡାରେ ଜଘନ୍ୟ ହତ୍ୟାକାଣ୍ଡ । ଡକାୟତମାନେ ଲୁଟ୍ ଉଦ୍ୟମ ପାଇଁ ଘରକୁ ପଶି ଜଣକୁ ହତ୍ୟା କରିଥିବା ବେଳେ ଆଉ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ବଙ୍ଗୋମୁଣ୍ଡା ଗାଁର ବ୍ୟବସାୟୀ ବିନୋଦ ଜୈନଙ୍କ ସ୍ତ୍ରୀ ମଞ୍ଜୁଦେବୀ ଜୈନଙ୍କ ମୃତ୍ୟୁ ଘଟିଥିବା ବେଳେ ଭଉଣୀ କାନକୁମାରୀ ଜୈନ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି । ବିନୋଦ ଜୈନଙ୍କ କହିବା ଅନୁଯାଇ ସେ ଦୋକାନ ବନ୍ଦ କରି ଘରକୁ ଆସି ଦେଖିଲା ବେଳେ ତାଙ୍କ ସ୍ତ୍ରୀ ଓ ଭଉଣୀ ମୂର୍ମୁଷୁ ଅବସ୍ଥାରେ ପଡିଥିଲେ । ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ଆଖପାଖ ଲୋକଙ୍କୁ ଡାକିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.