ନାବାଳକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ବଡ ଭାଇକୁ ତୀର ମାଡ

Published By : Prameya-News7 Bureau | July 29, 2021 IST

କଳାହାଣ୍ଡି ୨୯।୭: ନାବାଳକଙ୍କୁ ଗୋଡାଇ ଗୋଡାଇ ଟାଙ୍ଗିଆରେ ହାଣି ହତ୍ୟା । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଭଟ୍ଟାଗୁଡା ଗାଁରେ ଅଭାବନୀୟ ଘଟଣା । ମୃତ ନାବାଳକ ହେଲେ ୧୦ ବର୍ଷର ଅନୀଲ ମାଝୀ । ଅନୀଲଙ୍କ ବଡ ଭାଇକୁ ମଧ୍ୟ ଧନୁ ତୀରରେ ଆକ୍ରମଣ କରାଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଉଛି ।

{"id":487451,"width":749,"height":412,"sizeSlug":"large","linkDestination":"none"}

ତେବେ ଆକ୍ରମଣର ପ୍ରକୃତ କାରଣ ଜଣାପଡିନଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି  ଦୁଇ ଭାଇଙ୍କୁ ଆକ୍ରମଣ ସନ୍ଦେହ କରାଯାଉଛି । ଅଭିଯୁକ୍ତ ସେହି ଗାଁର ୪୨ ବର୍ଷ ବୟସ୍କ ଜୟସିଂହ ମାଝୀ । ଜୟସିଂହଙ୍କୁ ପୋଲିସ ଅଟକ ରଖିଛି ।  ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.