Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

17/09/2021 at 10:19 AM

ପଟଣାଗଡ ୧୭।୯: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ହରିଶଙ୍କର ରେଞ୍ଜ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଅଞ୍ଚଳରେ ଥିବା ବ୍ରାହ୍ମଣୀ ଗାଁରେ ହାତୀ ଆତଙ୍କ । ଶୁକ୍ରବାର ରାତିରେ ଏକ ବଣୁଆ ହାତୀ ଗାଁକୁ ଆସି ଗର୍ଜନ କରିବାରୁ ଗାଁର ଯାଦବ ରଣା ଘରୁ ବାହାରି ଦେଖିବା ସମୟରେ ହାତୀ ହାବୁଡ଼ରେ ପଡ଼ିଥିଲେ । ସେହି ସମୟରେ ହାତୀ ଯାଦବକୁ ଟେକିନେଇ ଦଳି ଦେଇଥିବା ବେଳେ ଗାଁର ତିନୋଟି ଘରକୁ ଭାଙ୍ଗି ଦେଇ ଜଙ୍ଗଲକୁ ଚାଲିଯାଇଥିଲା ।

ସେହି ଗାଁର ତରଣୀ ଭୋଇ ଭୋର ସକାଳୁ ଗାଁ ନିକଟରେ ଥିବା ଝରଣାକୁ ଶୌଚ ପାଇଁ ଯାଇଥିବା ବେଳେ ସେହି ହାତୀ ହାବୁଡ଼ରେ ପଡିଥିଲେ । ତାକୁ ମଧ୍ୟ ହାତୀ ଆକ୍ରମଣ କରି ଜଙ୍ଗଲକୁ ଚାଲିଯାଇଥିଲା । ପରେ ଖବର ପାଇ ଜଙ୍ଗଲ ବିଭାଗ ଏବଂ ଖପ୍ରାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତରାଣୀକୁ ଉଦ୍ଧାର କରି ଖପ୍ରାଖୋଲ ଡାକ୍ତରଖାନାକୁ ପଠାଇଦେଇ ଗାଁରେ ବର୍ତ୍ତମାନ ତଦନ୍ତ ଜାରି ରହିଛି ।

   Related Posts