ଟ୍ରକ୍ ପଛରେ ଧକ୍କା ଦେଲା କାର୍ : ଜଣେ ମୃତ, ଜଣେ ଗୁରୁତର
11/01/2021 at 11:48 AM

ପାରାଦୀପ ୧୧।୧: କଟକ-ପାରାଦୀପ ପନ୍ଦର ନମ୍ବର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ପନ୍ଦର ନମ୍ବର ଛକ ନିକଟରେ ଏକ ଦଶ ଚକିଆ ଟ୍ରକ ଛିଡା ହୋଇଥିବା ବେଳେ କଟକରୁ ପାରାଦୀପ ଅଭିମୁଖେ ଯାଉଥିବା ଏମଏଚ ୦୩ ଏଏମ ୬୦୨୪ ନମ୍ବର ବିଶିଷ୍ଟ ହୁଣ୍ଡାଇ ସାଣ୍ଟ୍ରୋ କାର୍ ଦ୍ରୁତ ଗତିରେ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା ।

କାର୍ ରେ ଥିବା ଦୁଇ ଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ ଜଣଙ୍କର ମୄତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଜଣଙ୍କ ମହିଳା ହୋଇଥିବା ସୂଚନା ମିଳିଥିବା ବେଳେ ତାଙ୍କୁ କୁଜଙ୍ଗ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମୄତକଙ୍କ ପରିଚୟ ମିଳି ପାରିନଥିବା ବେଳେ ଘଟଣାସ୍ଥଳରେ କୁଜଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Related Posts
ଜଙ୍ଗଲରେ ନିଆଁ, ଜଳିଗଲା ୧୫ ଶହରୁ ଅଧିକ ଗଛ
19 January 2021
ଉତ୍ତର ଦିଲ୍ଲୀର ବର୍ଜ୍ୟରୁ ପ୍ରସ୍ତୁତ ହେବ ଇନ୍ଧନ: ଧର୍ମେନ୍ଦ୍ର ପ୍ରଧାନ
19 January 2021
ଉଦଳା: ବାଇକ୍ ଡିକି ଭାଙ୍ଗି୨ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା
19 January 2021