ବାଇକ୍-ସ୍କୁଟି ମୁହାଁମୁହିଁ ଧକ୍କା : ହାବିଲଦାର ମୃତ, ଯୁବକ ଗୁରୁତର

Published By : Prameya-News7 Bureau | December 23, 2020 IST

ଢେଙ୍କାନାଳ ୨୩।୧୨: ବାଇକ୍ ଓ ସ୍କୁଟି ମୁହାଁମୁହିଁ ଧକ୍କା । ଜଣେ ମୃତ ଓ ଜଣେ ଗୁରୁତର । ଢେଙ୍କାନାଳ ଜିଲ୍ଲା ରାସୋଳ ବଜାରରେ ଘଟିଛି ଏଭଳି ଦୁର୍ଘଟଣା ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ରାସୋଳ ବଜାରରେ ଏକ ବାଇକ୍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ବାଇକରେ ନିଜ ଗାଁ ଅନୁଗୋଳ ଜାରସିଂହ ଗାଁକୁ ଯାଉଥିବା ଜଣେ ପୋଲିସ ହାବିଲଦାରଙ୍କର ମୃତ୍ୟୁ ହୋଇଛି । ମୃତ ହାବିଲଦାର ଜଣଙ୍କ ହେଲେ ସୁଶାନ୍ତ ସାହୁ । ସେ କୋରାପୁଟ ସ୍ଥିତ ୩ୟ ବାଟାଲିୟନରେ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ ।

ସ୍କୁଟି ଚାଳକ ସ୍ଥାନୀୟ ରାସୋଳ ଅଞ୍ଚଳର ଯୁବକ ଦିବ୍ୟଜ୍ୟୋତି ଧର ଗୁରୁତର ହୋଇଛନ୍ତି । ତାଙ୍କୁ ରାସୋଳ ପୋଲିସ ଉଦ୍ଧାର କରି ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.