ହାତୀ ନେଲା ଜୀବନ : ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
26/12/2020 at 11:00 AM

ଅନୁଗୋଳ ୨୬।୧୨: ହାତୀ ନେଲା ଜୀବନ । ହାତୀ ଆକ୍ରମଣ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ବାଳକ ଗୁରୁତର ଆହତ ହୋଇଛନ୍ତି । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ମଣ୍ଡୁଆ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ମଣ୍ଡୁଆ ଗ୍ରାମରେ ଦନ୍ତା ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ବାଳକ ଗୁରୁତର ଆହତ ହୋଇଛନ୍ତି । ଶୌଚ ହେବା ପାଇଁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଥିଲେ । ମୃତ ବାଳକ ଜଣଙ୍କ ହେଲେ ଶ୍ରୀକାନ୍ତ ରାଉତ । ତାଙ୍କ ବୟସ ୧୨ ବର୍ଷ । ଆହତ ବାଳକ ଜଣଙ୍କ ହେଲେ ଚନ୍ଦନ ସାହୁ । ତାଙ୍କ ବୟସ ୧୪ ବର୍ଷ । ତାଙ୍କୁ ଘରଲୋକ ପ୍ରଥମେ କଣିହାଁ ଓ ପରେ ଅନୁଗୋଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚନ୍ଦନର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
Related Posts
ଦୋକାନ ଭିତରୁ ମିଳିଲା ଦୋକାନୀଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
23 January 2021
ପୁରୀ ଜିଲ୍ଲାରୁ ୮୦ ଗ୍ରାମ ବ୍ରାଉନସୁଗାର ଜବତ, ଦୁଇ ଗିରଫ
23 January 2021