ବାଇକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ବାଇକ୍ ଚାଳକ ଆହତ

Published By : Prameya-News7 Bureau | May 12, 2021 IST

କଣ୍ଟାବାଞ୍ଜି ୧୨।୫: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ବେହେରେନସିଲେଟ ଗାଁ ରାସ୍ତାରେ ଏକ ବାଇକ୍ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ବୃଦ୍ଧ ଜଣଙ୍କ ହେଲେ ବେହେରେନସିଲେଟ ଗାଁର ବିଦ୍ୟାଧର ମାଝି । ବିଦ୍ୟାଧର ଗାଁ ପାଖ ଥିବା କର୍ଲା ପାଟକ ପାଖରେ ଥିବା ନିଜ ଚାଷ ଜମିକୁ ଯାଇଥିଲେ । ଚାଷ ଜମିରେ କାମ କରି ନିଜ ସାଇକେଲରେ ଘରକୁ ଫେରୁଥିବା ସମୟରେ ସେହି ରାସ୍ତାରେ ବାଇକରେ ଆସୁଥିବା କଂଟବାଞ୍ଜି ସହରକୁ ବୁଡୁ ଦିପ ତାଙ୍କୁ ଧକ୍କା ଦେଇଥିଲା । ଗାଁ ଲୋକ ଏକ ଅଟୋରେ ତାଙ୍କୁ କଂଟାବାଞ୍ଜି ଡାକ୍ତରଖାନା ଚିକିତ୍ସା ପାଇଁ ଆଣିଥିବା ବେଳେ ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଥିଲେ । ତେବ ବାଇକ ଚାଳକ ବୁଡୁ ଆହତ ହୋଇଥିବା ଡାକ୍ତରଖାନରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.