ରାସ୍ତା କଡରେ ଛିଡା ହୋଇଥିବା ଗାଡିକୁ ଧକ୍କା ଦେଲା କାର୍ : ଜଣେ ମୃତ, ଜଣେ ଗୁରୁତର

Published By : Prameya-News7 Bureau | November 04, 2020 IST

ସୋନପୁର ୪।୧୧: ସୁବର୍ଣ୍ଣପୁର ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ଅର୍ଜୁନପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟେଲିଫୋନ ମରାମତି ପାଇଁ ରାସ୍ତା କଡରେ ଛିଡା ହୋଇଥିବା ଗାଡିକୁ ଏକ କାର୍ ଧକ୍କା ଦେଇଥିଲେ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି ।

{"id":355997,"sizeSlug":"large"}

ମୃତକ ଜଣଙ୍କ ହେଲେ ୨୨ ବର୍ଷ ବୟସ୍କ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଅଞ୍ଚଳର ସୁଭ୍ରାଂଶୁ ଯୋଷୀ । ସେହିପରି ଆହତ ଜଣଙ୍କ ଘର ସମ୍ବଲପୁରରେ  । ତାଙ୍କ ନାଁ ବିକାଶ ରାଏ ବୋଲି ଜଣାପଡିଛି  ।

{"id":355998,"sizeSlug":"large"}

ସୁଭ୍ରାଂଶୁ ଏବଂ ବିକାଶ ଏକ କାର ଯୋଗେ ଭୁବନେଶ୍ବରରୁ ବଲାଙ୍ଗିରକୁ ଯାଉଥିଲେ । ବୁଧବାର ଭୋରରୁ ତାଙ୍କ କାରଟି ଭାରସାମ୍ୟ ହରାଇ ଟେଲିଫୋନ ମରାମତି ପାଇଁ ରାସ୍ତା କଡରେ ଛିଡା ହୋଇଥିବା ଗାଡି ସହିତ ଧକ୍କା ହୋଇଥିଲା । ଫଳରେ ଗାଡିର ବସିଥିବା ଦୁଇ ଜଣ ଗୁରୁତର ହୋଇଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସୁଭ୍ରାଂଶୁଙ୍କ ମୃତ୍ୟୁ ହୋଇଛି । ବିକାଶଙ୍କ ଅବସ୍ଥା ଗୁରୁତର ରହିଛି । ଉଭୟଙ୍କ ପରିବାର ଲୋକଙ୍କୁ ଏ ନେଇ ଖବର ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.