କାର୍‌ ଡ୍ରାଇଭର ଖୋଲିଦେଲେ ଡୋର୍, ଭାରସାମ୍ୟ ହରାଇ ଟ୍ରେଲର ଚକ ତଳେ ପସିଗଲା ବାଇକ୍ : ଜଣେ ମୃତ, ଜଣେ ଗୁରୁତର

Published By : Prameya-News7 Bureau | October 03, 2020 IST

ଜୟପୁର ୩।୧୦: କୋରାପୁଟ ଜିଲ୍ଲା କୋଟପାଡ଼ କୁଶମୀ ଛକ ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଚି । ଏକ ମାଲବାହୀ ଟ୍ରେଲର ବିଶାଖାପାଟନମ୍ ରୁ ରାଇପୁର ଅଭିମୁଖେ ଯାଉଥିବା ବେଳେ ରାସ୍ତା କଡରେ ପାର୍କିଂ ହୋଇଥିବା କାରର ଡ୍ରାଇଭର ଡୋର ଖୋଲିଦେବାରୁ ଜଣେ ବାଇକ୍ ଆରୋହୀ ଭାରସ୍ୟାମ ହରାଇ ଟ୍ରେଲର ଚକ ତଳେ ପଡିଯାଇଥିଲେ ।

ଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଆରୋହୀ ଗୁରୁତର ଅବସ୍ଥାରେ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।  ମୃତ ବ୍ୟକ୍ତି ଜଣଙ୍କ କୋଟପାଡ ବେଲମାସାହି ବାସିନ୍ଦା ଗଙ୍ଗୁ ପଣ୍ଡା । ଘଟଣାସ୍ଥଳରେ କୋଟପାଡ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.