Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ବାଇକ୍‌କୁ ଧକ୍କା ଦେଲା ଅଜଣା ବୋଲେରୋ : ଜଣେ ମୃତ, ଜଣେ ଗୁରୁତର

15/07/2021 at 5:01 PM

କରଞ୍ଜିଆ ୧୫।୭: ଅଜଣା ବୋଲେରୋ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରାଯାଇଛି । କରଞ୍ଜିଆ ଠାକୁରମୁଣ୍ଡା ରୋଡ୍ କେନ୍ଦୁମୁଣ୍ଡି ନିକଟରେ ଘଟିଛି ଦୁର୍ଘଟଣା ।  ଠାକୁରମୁଣ୍ଡା ତରାମରା ଗାଁର ସରୋଜ ବିନ୍ଧାଣୀ ଓ ମିଟୁ ବିନ୍ଧାଣୀ ବାଇକ୍ ଯୋଗେ ତରାମରାରୁ ପାଳସାପୋଷି ଗାଁକୁ ଚାଷ କାମ ପାଇଁ ଆସୁଥିବା ବେଳେ କେନ୍ଦୁମୁଣ୍ଡି ନିକଟ ଏକ ଢ଼ାବା ପାଖରେ ଏକ ଅଜଣା ବୋଲେରୋ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଧକ୍କା ହେବା ଫଳରେ ବାଇକଟି ଏକ ଗଛରେ ପିଟି ହୋଇ ବିଲ ମଝିରେ ଛିଟିକି ପଡିଥିଲା । ଘଟଣାସ୍ଥଳରେ ସରୋଜ ବିନ୍ଧାଣୀର ମୃତ୍ୟୁ ହୋଇଥିବା ବେଳେ ମିଟୁ ବିନ୍ଧାଣୀକୁ ଗୁରୁତର ଅବସ୍ଥାରେ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ କରଞ୍ଜିଆ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

   Related Posts