କାର୍ ଏବଂ ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା : ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

Published By : Prameya-News7 Bureau | May 11, 2021 IST

ଜୟପୁର ୧୧।୫: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା  ବୋରିଗୁମ୍ମା-କୋରାପୁଟ ଜାତୀୟ ରାଜପଥ ଛତରଲା ନିକଟରେ କାର୍ ଏବଂ ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଆଉ ଜଣେ ଗୁରୁତର । ଦୁର୍ଘଟଣା ଘଟାଇଥିବା ପିକଅପ୍ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।ବୋରିଗୁମ୍ମା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଗୁରୁତରଙ୍କୁ କୋରାପୁଟ ଜିଲ୍ଲା ମେଡିକାଲ କଲେଜକୁ ସ୍ଥାନାନ୍ତର କରିଛି । ମୃତ ବ୍ୟକ୍ତି ଜଣଙ୍କ କୋଟପଡ଼ ଅଞ୍ଚଳର ବିଜେଡି କର୍ମୀ ସନ୍ତୋଷ ପଣ୍ଡା ବୋଲି ଜଣାପଡିଛି । ତାଙ୍କ ବୟସ ୪୦ ବର୍ଷ ହେବ ।

{"id":451307,"sizeSlug":"large","linkDestination":"none"}

କୋଟପାଡ଼ର ରଞ୍ଜିତ ପାତ୍ରଙ୍କ ସହ ସେ ଏକ କାର୍ ଯୋଗେ କୋଟପାଡ଼ରୁ କୋରାପୁଟ ଯାଉଥିବା ସମୟରେ  ବିପରୀତ ଦିଗରୁ ଆସୁଥିବା ଏକ ପିକଅପ୍ ଭ୍ୟାନ୍ ତାଙ୍କୁ ଧକ୍କା ଦେଇଥିଲା । କାରରେ ଥିବା ଉଭୟଙ୍କୁ ବୋରିଗୁମ୍ମା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସନ୍ତୋଷ ପଣ୍ଡାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଖବପାଇ ବୋରିଗୁମ୍ମା SDPO ହରେକୃଷ୍ଣ ମାଝୀଙ୍କ ସମେତ ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.