ବାଇକ୍ ଉପରେ ଚଢିଗଲା ଟ୍ରଲର : ଟ୍ରକ୍ ମେକାନିକ୍ ମୃତ ଓ ଅନ୍ୟ ଜଣେ ଗୁରୁତର

Published By : Prameya-News7 Bureau | July 14, 2021 IST

ଢେଙ୍କାନାଳ ୧୪।୭: ବାଇକ୍ ଉପରେ ଚଢିଗଲା ଟ୍ରଲର । ଦୁର୍ଘଟଣା ଫଳରେ ବାଇକରେ ଯାଉଥିବା ଜଣେ ଟ୍ରକ୍ ଗ୍ୟାରେଜ ମେକାନିକର ମୃତ୍ୟୁ ଘଟିଥିବାବେଳେ ତାଙ୍କର ଅନ୍ୟ ଜଣେ ସାଥୀ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୫୫ ନମ୍ବର ଜାତୀୟ ରାଜପଥର ଢେଙ୍କାନାଳ ଜିଲ୍ଲା କମାକ୍ଷା ଛକରେ ଏହି ସଡକ ଦୁର୍ଘଟଣା ଘଟିଛି । ମୃତକ ହେଲେ ପାଣ୍ଡୁଆ ଫାଣ୍ଡି ଅନ୍ତର୍ଗତ ସୋଗର ଗ୍ରାମର ସୋନୁ ଦେହୁରୀ ।

ସୂଚନାଯୋଗ୍ୟ ଯେ, ସୋନୁ ଢେଙ୍କାନାଳ କୋରିଆଁ ନିକଟରେ ରହିଥିବା ଏକ ଟ୍ରକ୍ ଗ୍ୟାରେଜର ମେକାନିକ୍ ବୋଲି ଜଣାପଡିଛି । ସୋନୁ ବାଇକ୍ ଯୋଗେ ତାଙ୍କ ସାଥୀ ମଧୁ ମହାରଣାଙ୍କୁ ନେଇ ଗାଁରୁ ଗ୍ୟାରେଜକୁ ଆସୁଥିବାବେଳେ ଏକ ଟ୍ରଲର ତାଙ୍କ ବାଇକ୍ ଉପରେ ଚଢ଼ି ପଳାଇଥିଲା । ଏହି ଦୁର୍ଘଟଣାରେ ଗୁରୁତର ମଧୁ ମହାରଣାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି । ଘଟଣାସ୍ଥଳରେ ସଦର ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.