ପୋଲରେ ପିଟିହେଲା ବାଇକ୍ : ଜଣେ ମୃତ, ଜଣେ ଗୁରୁତର

Published By : Prameya-News7 Bureau | February 21, 2020 IST

ମୋହନା ୨୧।୨: ଗଜପତି ଜିଲ୍ଲା ଅଡବା ଥାନା ନାରାୟଣପୁର ନିକଟସ୍ତ ରାସ୍ତାର ଏକ ପୋଲରେ ବାଇକ୍ ପିଟି ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଆମ୍ବ ଗାଁର ପିତର ନାୟକ । ଗୁରୁତର ଜଣଙ୍କ ହେଲେ କାଲେମା ଗାଁର ଧର୍ମେନ୍ଦ୍ର ନାୟକ ।

ସୂଚନାଯୋଗ୍ୟ ଯେ, ଆଜି ଭୋର ସମୟରେ ଏକ ବାଇକରେ ୩ଜଣ କାଲେମା ଗାଁରୁ ଅଡବା ଆସୁଥିଲେ । ନାରାୟଣପୁର ଗାଁ ରାସ୍ତାରେ ଥିବା ଏକ ପୋଲକୁ ପିଟି ହୋଇଥିଲା ବାଇକ୍ । ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ସହାୟତାରେ ଗୁରୁତରଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ପିତରଙ୍କୁ ମୃତ ଘୋଷଣା କରିଥିଲେ ।

ଧର୍ମେନ୍ଦ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଛି । ବାଇକରେ ଥିବା ଆଉ ଜଣେ ସାମାନ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଅଡବା ପୋଲିସ ପହଞ୍ଚି ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.