ଦୀପାବଳିରେ ଅଘଟଣ, ବାରଦା ଗ୍ରାମରେ ବୋମାଫୁଟି ଜଣେ ମୃତ, ୨ ଗୁରୁତର

Published By : Prameya-News7 Bureau | November 04, 2021 IST

ଢେଙ୍କାନାଳ, ୪/୧୧: ଦୀପାବଳୀରେ ଘଟିଛି ଅଘଟଣ । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ  ବାରଦା ଗ୍ରାମରେ ବୋମା ଫୁଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ ବାରଦା ଗ୍ରାମର ମହେଶ୍ଵର ମହାରଣା  । ଗୁରୁତର ଦୁଇଜଣ ଉକ୍ତ ଗ୍ରାମର ବିରେନ ନାୟକ ଓ ପ୍ରସନ୍ନ ବ୍ରହ୍ମ ବୋଲି ଜଣାପଡିଛି । ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ ବାରଦା ଗ୍ରାମ ସ୍କୁଲ ପଡ଼ିଆରେ ଏହି ବମ ବିସ୍ପୋରଣ ଘଟିଥିବାରୁ କୌଣସି ଘରଦ୍ୱାର କିଛି କ୍ଷୟ କ୍ଷତି ହୋଇନଥିବା ସୂଚନା ମିଳିଛି । 

ମାତ୍ର ଏହି ଅଂଚଳରେ ଜଙ୍ଗଲୀ ବାରହା ମାନଙ୍କ ଉପଦ୍ରବ କରିଥିବାରୁ ଉକ୍ତ ଯୁବକମାନେ ବାର ହା ଦାଉରୁ ଫସଲ ସୁରକ୍ଷା ନେଇ ଫୁଟାଇବାକୁ ଏହି ବମ ନେଇ ଯାଉଥିବା ବେଳେ ଅସାବଧାନତା ବଶତଃ ଖସିପଡି ବିସ୍ପୋରଣ ଘଟିଥିବା ସନ୍ଦେହ କରାଯାଇଛି । ତେବେ ଦୀପାବଳି ଅବସରରେ ବାଣ ଫୁଟାଇବା ଉପରେ କଡା କଟକଣା ରହିଥିବାବେଳେ କିପରି ଓ କେଉଁ ପରିସ୍ଥିତିରେ ଏହି ବିସ୍ପୋରଣ ଘଟିଲା ସେ ନେଇ ସଦର ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.