୪୯ ନମ୍ବର ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା, ଟ୍ରକ ଡ୍ରାଇଭରର ଗଣ୍ଡିରୁ ମୁଣ୍ଡ ଅଲଗା ହୋଇଗଲା

Published By : Prameya-News7 Bureau | October 25, 2021 IST

କରଞ୍ଜିଆ, ୨୫/୧୦: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ୪୯ ନମ୍ବର ଜାତୀୟ ରାଜପଥ ମୂର୍ଗା ପାଟ ନିକଟରେ ଏହି ଦୁର୍ଘଟଣା ଘଟିଛି । ଟ୍ରକ ଏବଂ ଟ୍ରଲର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଟ୍ରକ ଡ୍ରାଇଭର ଆହତ ହୋଇଛନ୍ତି । ହେଲେ ଟ୍ରଲର ଡ୍ରାଇଭରର ମୃତ୍ୟୁ ହୋଇଛି ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା କି ମୃତ୍ୟୁ ହୋଇଥିବା ଟ୍ରଲର ଡ୍ରାଇଭରର ମୁଣ୍ଡ କଟି ଯାଇ ଟ୍ରକ ମଧ୍ୟରେ ଚାପି ହଇ ରହିଥିବା ବେଳେ ଶୁକୃଳି ଅଗ୍ନିଶମ ବିଭାଗ ଏବଂ କରଞ୍ଜିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ମୃତ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇ ପାରିନଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.