ଅଭାବନୀୟ : ନିଜେ ଚଲାଉଥିବା ଟ୍ରାକ୍ଟରରେ ଚାପିହୋଇଗଲେ ଡ୍ରାଇଭର, ବ୍ରେକ୍‌ ନଲଗାଇବାରୁ ଘଟିଲା ଅଘଟଣ

Published By : Prameya-News7 Bureau | April 14, 2021 IST

ତେଲକୋଇ ୧୪।୦୪ : ତେଲକୋଇ ଥାନା ଗଳଦା ଗାଁରେ ଅଭାବନୀୟ ଘଟଣା । ନିଜ ଗାଡି  ଓଲଟି ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତକ ତେଲକୋଇ ଗଳଦା ଗାଁର ଗୋବିନ୍ଦ ମୁଣ୍ଡା ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଗୋବିନ୍ଦ ବାଲିଘାଟରୁ ଆଜି ଟ୍ରାକ୍ଟର ଯୋଗେ ବାଲି ଲୋଡ କରି ଅନ୍‌ଲୋଡ଼ ପାଇଁ ଗଳଦା ଗାଁକୁ ଯାଇଥିଲେ । ଘର ପାଖରେ ଟ୍ରାକ୍ଟର ଛିଡା କରି ପଛା ଡାଲାର ଲକ୍‌ ଖୋଲିବା ବେଳେ ଘଟିଲା ଅଘଟଣ । ଡ୍ରାଇଭର ଜଣଙ୍କ ଟ୍ରାକ୍ଟର ହ୍ୟାଣ୍ଡ ବ୍ରେକ୍‌ ଲଗାଇନଥିଲା । ଯାହାଫଳରେ ଗାଡିର ପଛକୁ ଗଡିବା ଆରମ୍ଭ କରିଥିଲା । ବାଲି ଲୋଡ ଥିବା ଟ୍ରାକ୍ଟରଟି ଭାରସାମ୍ୟ ହରାଇ ପଛକୁ ଗଡିବା ଫଳରେ ଡ୍ରାଇଭରଙ୍କୁ ଘର କାନ୍ଥରେ ଚାପି ଦେଇଥିଲା । ଘର କାନ୍ଥରେ ଚାରି ହୋଇ ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.