ଚୁଆରେ ବୁଡ଼ି ଭଉଣୀ ମୃତ, ଭାଇ ଗୁରୁତର ; ଖେଳୁଥିବା ବେଳେ ଘଟିଲା ଅଘଟଣ

Published By : Prameya-News7 Bureau | October 10, 2021 IST

ଟାଙ୍ଗୀ ୧୦।୧୦ : ଚୁଆରେ ବୁଡ଼ିଗଲେ ଭାଇ-ଭଉଣୀ । ଉଦ୍ଧାର ବେଳେ ଭଉଣୀ ମୃତ , ଭାଇ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଭାଇକୁ ନିକଟରେ ମେଡିକାଲରେ ଭର୍ତ୍ତି କରାଯାଇଛି ।ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ରତନପୁର ( କୁହୁଡି ) ଗାଁର ସୁନ୍ଦରଗଡ ସାହିରେ ଘଟିଛି ଏହି ଅଭାବନୀୟ ଘଟଣା ।

ଖବର ଅନୁଯାୟୀ, ଘର ପାଖରେ ଥିବା ଚୁଆ ନିକଟରେ ଖେଳୁଥିଲେ ଭାଇ-ଭଉଣୀ  । ନିର୍ଦ୍ଧାରିତ ସମୟରେ ଘରକୁ ନ-ଫେରିବାରୁ ଘର ଲୋକେ ଖୋଜିବା ପରେ ଚୁଆରେ ଭାଇ-ଭଉଣୀ ପାଣିରେ ଭାସୁଥିବା ଦେଖି ଉଦ୍ଧାର କରିଥିଲେ ।ଭାଇ-ଭଉଣୀଙ୍କୁ ଚିକିତ୍ସା ପାଇଁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଭଉଣୀ କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଭାଇର ଅବସ୍ଥା ଗୁରୁତର ଥିବା ଡାକ୍ତର କହିଛନ୍ତି ।ରତନପୁର ଗ୍ରାମର ଲକ୍ଷ୍ମୀଧର ବେହେରାଙ୍କ ୬ ବର୍ଷର ପୁଅ ପ୍ରୀତମ ଓରଫ ସାଈ ବେହେରା ଏବେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ଝିଅ ପ୍ରୀତିସ୍ମିତା ବେହେରା ର ମୃତ୍ୟୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.