ଡ୍ୟୁଟି ସାରି ଘରକୁ ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ ; ଚାଲିଗଲା କନେଷ୍ଟବଳଙ୍କ ଜୀବନ

Published By : Prameya-News7 Bureau | June 06, 2021 IST

ଭୁବନେଶ୍ୱର ୦୬।୦୬: ତମାଣ୍ଡୋ ଥାନା ଅନ୍ତର୍ଗତ ଗୋହିରିଆ ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରାଫିକ କନଷ୍ଟେବଳଙ୍କୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ କନଷ୍ଟେବଳଙ୍କ ମୃତ୍ୟୁ ହୋଇଛି। ମୃତ କନେଷ୍ଟବଳଙ୍କ ନାମ ଗୌରାଙ୍ଗ ପୃଷ୍ଟି ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଜଟଣୀ ଗେଟ୍‌ ନିକଟରୁ ନିଜ ଡ୍ୟୁଟି ସାରି ଘରକୁ ଫେରୁଥିବା ଦୁର୍ଘଟଣା ଘଟିଥିଲା । ତମାଣ୍ଡୋ ଥାନା ଗୋହିରିଆ ଛକ ନିକଟରେ ଏକ ଟ୍ରକ ଆସି ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ସେ ଗୁରୁତର ଅବସ୍ଥାରେ ପଡିରହିଥିଲେ । ସେଠାରୁ ତାଙ୍କୁ ଉଦ୍ଧାର କରି ମେଡିକାଲ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.