Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

ଅଘଟଣ : ଘର ଭାଙ୍ଗି ଶୋଇଥିବା ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

4/03/2021 at 8:11 AM

ସୋନପୁର ୦୪।୦୩: ସୋନପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ପଣ୍ଡକିଟାଲ ଗାଁରେ ଅଘଟଣ । ଗାଁରେ ଜଣେ ବୃଦ୍ଧି ଦଳିମାରିଦେଲା ଦନ୍ତା । ମୃତକ ୬୦ବର୍ଷୀୟ ନାରାୟଣ ଭୋଇ ବୋଲି ଜଣାପଡିଛି । ଘଟଣାସ୍ଥଳରେ ବନବିଭାଗ ଓ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ବିଳମ୍ବିତ ରାତିରେ ନାରାୟଣ ଘରେ ଶୋଇଥିବା ବେଳେ ହାତୀ ଆକ୍ରମଣ କରିଥିଲା । ନାରାୟଣ ନିଜ ଝିଅଙ୍କ ସହ ଘର ରହୁଥିଲେ । କିନ୍ତୁ ବିଳମ୍ବିତ ରାତିରେ ହାତୀ କାନ୍ଥ ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲା । ଘରେ ଶୋଇଥିବା ବୃଦ୍ଧଙ୍କୁ ଟେକି ଆଣି ଦଳିଦେଇଥିଲା । ଯାହାଫଳରେ କି ନାରାୟଣଙ୍କର ଘଟଣାସ୍ଥଶଳରେ ମୃତ୍ୟୁ ହୋଇଯାଇଛି । ସେପଟେ ବନବିଭାଗ ଓ ପୋଲିସ ଟିମ୍‌ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ତେବେ ଗତ କିଛି ମାସ ହେଲା ଉଲୁଣ୍ଡା ରେଞ୍ଚ ଅଞ୍ଚଳରେ ବଣୁଆ ହାତୀ ପଲଙ୍କ ଉତ୍ପାତ ବଢିବାରେ ଲାଗିଛି । ଯାହାଫଳରେ କି ସ୍ଥାନୀୟଲୋକେ ଭୟରେ ଜୀବନ ଅତିବାହିତ କରୁଛନ୍ତି ।

   Related Posts