ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ

Published By : Prameya-News7 Bureau | March 07, 2021 IST

ସୋନପୁର ୦୭।୦୩: ସୋନପୁର ସୁବଳୟା ଥାନା ଟିକିରାପଡା ଗାଁରେ ଜଣେ ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା । ମୃତକ ଜଣକ ହେଲେ ଟିକିରାପଡା ଗାଁର ବବଲୁ ମେହେର । ଘଟଣାରେ ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ, କୌଣସି କାରଣରୁ ତାଙ୍କର ପଡୋଶୀଙ୍କ ସହ ବଚସା ହୋଇଥିଲା । କଥା କଟା କଟିରୁ ଗୁଳିକାଣ୍ଡ ପର୍ଯ୍ୟନ୍ତ କଥା ଯାଇଥିଲା । ମୁରଲି ମେହେର ବବଲୁଙ୍କୁ ଗୁଳି କରିଥିଲା । ଗୁରୁତର ଅବସ୍ଥାରେ ବବଲୁଙ୍କୁ ବିରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଅଭିଯୁକ୍ତ ମୁରଲିକୁ ସୁବଳୟା ପୋଲିସ ଅଟକ ରଖି ପଚରା ଉଚରା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.